ନୂଆଦିଲ୍ଲୀ : କାମ ଦେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମାଷ୍ଟର ପ୍ଲାନ୍ । ଫେଲ୍ ମାରିବ ମୋଦିଙ୍କ କ୍ରେଜ୍ ଆଉ ଶାହଙ୍କ ଗୋଟି ଚାଳନା । ଦିଲ୍ଲୀରେ ମ୍ୟୁନିସିପାଲିଟି ନିର୍ବାଚନରେ ବଡ ଧରଣର ସଫଳତା ପାଇବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ଗତ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍ଜାରେ ଥିବା ଦିଲ୍ଲୀ ମ୍ୟୁନିସିପାଲିଟି ଏଥର ଆପ୍ ହାତକୁ ଖସିବାକୁ ଯାଉଛି । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲର ହିଁ ତାହା ବୟାନ କରୁଛି । ଦିଲ୍ଲୀ ଏମସିଟିରେ ମୋଟ ସିଟ୍ ସଂଖ୍ୟା ୨୫୦ ଥିବାବେଳେ ବହୁମତ ପାଇଁ ୧୨୬ ସିଟ୍ ଆବଶ୍ୟକ ରହିଛି ।
ଏକ୍ଜିଟ ପୋଲରେ କାହାକୁ କେତେ?
ଆକ୍ସିସ୍ ଇଣ୍ଡିଆ ଟୁଡେର ସର୍ବେ ଅନୁଯାୟୀ ଦିଲ୍ଲୀ ଏମ୍ସିଡିରେ ଆପ୍କୁ ୧୪୯-୧୭୧ ସିଟ୍ ମିଳୁଥିବା ବେଳେ ବିଜେପିକୁ ମିଳୁଛି ୬୯-୯୧ ସିଟ୍ ମିଳୁଛି। ସେହିଭଳି କଂଗ୍ରେସକୁ ୦୩-୦୭ଟି ସିଟ୍ ଏବଂ ଅନ୍ୟାନ୍ୟଙ୍କୁ ୦୫-୦୯ଟି ସିଟ୍ ମିଳୁଛି ।