ନୂଆଦିଲ୍ଲୀ: କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ। ଯୁବତୀ ଜଣଙ୍କ ଭୁଷାବଲରୁ ଦିଲ୍ଲୀ ଯାଉଥିବା ବେଳେ ଚଳନ୍ତା ଟ୍ରେନରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଏସି କୋଚ୍ର ସୌଚାଳୟ ପାଖରେ ଶୋଇଥିଲେ ପୀଡ଼ିତା। ହେଲେ ତାଙ୍କ ପାଖରେ ଟିକେଟ ନଥିଲା। ଏହି ସମୟରେ ଜଣେ ଯୁବକ ପୀଡ଼ିତାଙ୍କ ପାଖକୁ ଆସିଥିଲା ଓ ଜେନେରାଲ କୋଚ୍ରେ ବିନା ଟିକେଟରେ ସିଟ ଦେବେ ବୋଲି କହିଥିଲେ। ଏହାପରେ ପୀଡ଼ିତାଙ୍କୁ ପ୍ୟାଣ୍ଟ୍ରି କାର ବନା ଯାଉଥିବା ଷ୍ଟୋରରୁମକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଜଣକ। ପୀଡ଼ିତା ଟ୍ରେନରେ ଥିବା ଯାତ୍ରୀମାନଙ୍କୁ ଜଣାଇଥିଲେ ଓ ଜିଆରପି କଣ୍ଟ୍ରୋଲ ରୁମକୁ ମଧ୍ୟ ଖବର ଦେଇଥିଲେ।
ଟ୍ରେନ ଭୋପାଳ ପହଞ୍ଚିବା ପରେ ପ୍ୟାଟ୍ରି କାରର ସମସ୍ତ ଷ୍ଟାଫକୁ ଜିଆରପି ପୁଲିସ ଅଟକ ରଖିଥିଲା ଏବଂ ପୀଡ଼ିତାଙ୍କୁ ମଧ୍ୟ ସାଥିରେ ନେଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ଏହି ଅଭିଯୁକ୍ତକୁ ଝାନ୍ସି ନିକଟରୁ ଗିରଫ କରାଯାଇଛି।