ଭୁବନେଶ୍ୱର: ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରି ବନ୍ଧା ହେଲେ ଯୁବକ । ଗିରଫ ଯୁବକ ଜଣଙ୍କ ହେଲେ ସାମନ୍ତରାପୁର ଥାନା ଅଞ୍ଚଳର ମୁକେଶ ନାୟକ । ତାଙ୍କର ବୟସ ୧୯ । ମୁକେଶଙ୍କୁ ସାଇବରା ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସାଇବର ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୁକେଶ କ୍ୟୁଟ୍ ନନ୍ଦିନୀ ନାମରେ ଇନ୍ଷ୍ଟାଗ୍ରାମ୍ରେ ଏକ ଫେକ୍ ଆକାଉଣ୍ଟ ଖୋଲିଥିଲେ । ସେ ନାବାଳିକାଙ୍କୁ ଫ୍ରେଣ୍ଡ ରିକ୍ୟେଷ୍ଟ ପଠାଇଥିଲେ ।
କିଛିଦିନ ଚାଟ୍ କଲା ପରେ ନାବାଳିକାଙ୍କୁ ତାଙ୍କ ଅଶ୍ଲୀଳ ଫଟୋ ମାଗୁଥିଲେ । ମାତ୍ର ନାବାଳିକା ଜଣକ ମନା କରିବାରୁ ତାଙ୍କର ଏକ ଫେକ୍ ଅଶ୍ଲୀଳ ଫଟୋକୁ ମୁକେଶ ସୋଶିଆଲ ମିଡିଆରେ ଭାଇରାଲ୍ କରିଥିଲା । ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ମୁକେଶଙ୍କୁ ଗିରଫ କରିଛି । ନାବାଳିକାଙ୍କ ବାପା ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ପୀଡ଼ିତ ଜଣେ ୧୫ ବର୍ଷୀୟ ସ୍କୁଲ ପଢୁଆ ଛାତ୍ରୀ ।
ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଏକତରଫା ପ୍ରେମ କରୁଥିଲେ । ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ପ୍ରେମ ନେବେଦନ କରି ତାଙ୍କୁ ଇନଷ୍ଟାଗ୍ରାମ କିଛି ଆପତିଜନକ ଫଟୋ ଦେବା ପାଇଁ ବାଧ୍ୟ କରିଥିଲେ । ପୀଡ଼ିତ ଏନେଇ ମନା କରିଦେବାରୁ ଅଭିଯୁକ୍ତ ଜଣକ ରାଗି ଯାଇଥିଲେ । ପିଡ଼ିତାଙ୍କ ଫଟୋକୁ ଭାଇରାଲ କରାଇଥିଲେ । ଯାହା ଫଳରେ ପୀଡ଼ିତା ତାଙ୍କର ବନ୍ଧୁ ପରିଜନ ଓ ଶିକ୍ଷକ ମାନଙ୍କ ଗଣରେ ଅନେକ ମନ୍ତବ୍ୟର ସମ୍ମୁଖୀନ ହୋଇଥିଲେ ।ସାଇବର ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସାଇବର ଥାନା ପୁଲିସ ଅଭିଯୁକ୍ତ ମୁକେଶକୁ ଗିରଫ କରିଥିବା ବେଳେ ମୋବାଇଲ ଜବତ କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ।