27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶବିବିସି କାର୍ଯ୍ୟଳୟରେ ଆୟକର ବିଭାଗର ଚଢାଉ

ବିବିସି କାର୍ଯ୍ୟଳୟରେ ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ: ଲଗାତାର ତିନିଦିନ ଧରି ଚାଲୁଥିବା ଆୟକର ବିଭାଗର କାର୍ଯ୍ୟ ଆଜି ଶେଷ ହୋଇଛି । ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର‌୍ୟ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ ସମାପ୍ତ ହୋଇଛି । ୩ ଦିନ ଚଢାଉ କରିବା ପରେ ଆୟକର ବିଭାଗ ଏକ ବଡ ଦାବି କରିଛି । ବିଭାଗ ପକ୍ଷରୁ କୁହାଯାଇଛି କି. ୩ଦିନ ଚଢାଉ ପରେ ବିବିସି ତରଫରୁ ଇଣ୍ଟରନ୍ୟାସନାଲ ଟ୍ୟାକ୍ସକୁ ନେଇ କିଛି ଅନିୟମିତତା ହୋଇଥିବାର ପ୍ରମାଣ ମିଳିଛି । ଆୟକର ବିଭାଗ ତରଫରୁ ଆୟକର ଧାରା ୧୩୩(କ) ଅନୁସାରେ ଚଢାଉ କରାଯାଇଥିବା କୁହାଯାଇଛି । ବିଭାଗ କହିଛି କି ଚଢାଉରୁ ପ୍ରମାଣ ମିଳିଛି କି, ବିବିସି ତରଫରୁ ନିଜୟ ଆୟ କମ୍ ଦେଖାଇ ଟ୍ୟାକ୍ସ ବଞ୍ଚାଇବାକୁ ଚେଷ୍ଟା କରାଯାଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ଏକ ଡକ୍ୟୁମେଣ୍ଟାରୀ ଜାରି କରାଯିବାର ଗୋଟିଏ ସପ୍ତାହ ପରେ ଆୟକର ବିଭାଗ ଅଭିଯୋଗ କରିଛି କି, ବିବିସିର ବିଭିନ୍ନ ୟୁନିଟ ଦ୍ୱାରା ଘୋଷିତ ଆୟ ଏବଂ ଲାଭ ଭାରତରେ କାର‌୍ୟ୍ୟର ପରିମାଣ ସହିତ ସମାନ ନୁହେଁ । ସେପଟେ ଆୟକର ବିଭାଗର ଏଭଳି ଅଭିଯୋଗ ଉପରେ ବିବିସି ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
ସେପଟେ ଆୟକର ବିଭାଗର ଚଢାଉ ପରେ ବିବିସି ମୁଖପାତ୍ର ଏକ ବିବୃତି ଜାରି କରି କହିଛନ୍ତି କି, ଆୟକର ଅଧିକାରୀମାନେ ଦିଲ୍ଲୀ ଓ ମୁମ୍ବାଇରେ ଥିବା ଆମ କାର‌୍ୟ୍ୟାଳୟ ଛାଡି ଚାଲିଯାଇଛନ୍ତି । ଆମେ ଆଇଟି ଟିମକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛୁ ଓ ଆଗକୁ କରିବୁ ମଧ୍ୟ । ଖୁବଶୀଘ୍ର ଏହି ମାମଲାର ସମାଧାନ ହୋଇଯିବ ବୋଲି ବିବିସି ମୁଖପାତ୍ର ଆଶା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking