26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବାଣ ବିସ୍ପାରଣେରେ ଭୟଙ୍କର ଦୁର୍ଘଟଣା; ୯ ଜଣଙ୍କ ମୃତ୍ୟୁ

ବାଣ ବିସ୍ପାରଣେରେ ଭୟଙ୍କର ଦୁର୍ଘଟଣା; ୯ ଜଣଙ୍କ ମୃତ୍ୟୁ

ତାମିଲନାଡୁ : ତାମିଲନାଡୁର ବିରୁଧୁନଗରରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ପାରଣ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଏକାଧିକ ଲୋକ ଆହାତ ହୋଇଛନ୍ତି । ପୁଲିସର କହିବା ଅନୁସାରେ, କାରଖାନାର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା। ଏହାପରେ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ବେଳେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଖାନା ନେବା ବାଟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଘଟିଥିବା କାରଖାନା ବିଜୟ ନାମକ ଜଣେ ବ୍ୟକ୍ତିଙ୍କର। କାରଖାନା ଲାଇସେନ୍ସ ପ୍ରାପ୍ତ କି ନୁହେଁ, ସଠିକ୍ ନିୟମ ପାଳନ ହେଉଥିଲା କି ନାହିଁ, ଏସବୁ ବାବଦରେ ତଦନ୍ତ ଚାଲିଥିବା ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking