30.1 C
Bhubaneswar
Sunday, June 16, 2024
Homeଓଡିଶାପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଯୋଗୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଯୋଗୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଯୋଗୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ଅନୁଷ୍ଠିତ ହେବ । ଏହି ପୂଜା ପାଇଁ ସମସ୍ତ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନିଆଯାଇ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରାଯିବ । ପୂଜା ପଣ୍ଡା ସେବାୟତମାନଙ୍କ ଦ୍ୱାରା ଏହି ସବୁ ରୀତିନୀତି କରାଯିବ । ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ପ୍ରଭୁ ନୃସିଂହ ଦେବଙ୍କୁ ରତ୍ନସିଂହାସନରେ ବିଜେ କରାଯିବ । ଏହାପରେ ଶ୍ରୀନୃସିଂହଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯିବ । ଅନ୍ୟପଟେ ମୁକ୍ତି ମଣ୍ଡପରେ ମଧ୍ୟ ମହାପ୍ରଭୁଙ୍କୁ ବିଜେ କରାଯିବ । ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯିବା ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଜଗନ୍ନାଥ ବଲ୍ଲଭ ଠାରେ ବିଶେଷ ନୀତି ଅନୁଷ୍ଠିତ ହେବା ସହିତ ରଥଖଳାରେ ମଧ୍ୟ ଏହି ନୀତିକୁ ବିଧି ଓ ପରମ୍ପରା ସହ ପାଳନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking