18.1 C
Bhubaneswar
Friday, December 27, 2024
Homeବଲିଉଡଅଭିନେତ୍ରୀ ଦଲଜିତ୍ ଓ ସ୍ୱାମୀ ନିଖିଲଙ୍କ ମଧ୍ୟରେ ମତଭେଦ; କିଏ କହୁଛନ୍ତି ସତ

ଅଭିନେତ୍ରୀ ଦଲଜିତ୍ ଓ ସ୍ୱାମୀ ନିଖିଲଙ୍କ ମଧ୍ୟରେ ମତଭେଦ; କିଏ କହୁଛନ୍ତି ସତ

ମୁମ୍ବାଇ : ଟେଲି ଅଭିନେତ୍ରୀ ଦଲଜିତ୍ କୌର ନିକଟରେ ତାଙ୍କ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେ ନିଖିଲଙ୍କ ଉପରେ ଧୋକା ଦେବାର ଆରୋପ ମଧ୍ୟ ଲଗାଇଛନ୍ତି। ତେବେ ବର୍ତ୍ତମାନ ଦଲଜିତ କୌରଙ୍କ ଏସବୁ ଅଭିଯୋଗ ଉପରେ ନିଖିଲ ପଟେଲ ନିରବତା ଭାଙ୍ଗିଛନ୍ତି। ଦଲଜିତ୍ କିଛି ଦିନ ତଳେ ନିଖିଲଙ୍କ ଏକ ଇନଷ୍ଟା ପୋଷ୍ଟର ସ୍କ୍ରିନସଟ ସେୟାର କରି ଲେଖିଥିଲେ, ‘‘ବିବାହର ୧୦ ମାସ ପରେ ତୁମ ପତ୍ନୀ ତା’ର ପୁଅକୁ ଧରି ତୁମକୁ ଛାଡ଼ି ଚାଲିଗଲା। ପିଲାମାନଙ୍କ ପାଇଁ ଅନ୍ତତଃ ତୁମେ ଟିକେ ଲାଜ କରିବା ଉଚିତ। ମୁଁ ବହୁତ ଦିନ ଧରି ଚୁପ୍‌ ରହିଲି। ନହେଲେ ମୋ ପାଖରେ କହିବାକୁ ବହୁତ କିଛି ଥିଲା।’’ ଏହି ପୋଷ୍ଟରେ ନିଖିଲ ଏସଏନ ନାମକ ଝିଅ ପାଇଁ ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍। ତାଙ୍କର ଏଭଳି ଦାବିକୁ ମିଛ ବୋଲି କହି ନିଖିଲଙ୍କ ମୁଖପାତ୍ର ଏକ ବିବୃତି ଜାରି କରିଛନ୍ତି। ସେଥିରେ କୁହାଯାଇଛି ଯେ, “ଦଲଜିତ୍ ନାଇରୋବିରେ ରହିପାରିନଥିଲେ। ତାଙ୍କୁ ଏଠାକାର ଜୀବନଶୈଳୀକୁ ଗ୍ରହଣ କରିବାକୁ ଅସୁବିଧା ହେଉଥିଲା। ତେଣୁ ସେ ଜାନୁଆରି ୨୦୨୪ରେ ଭାରତ ଚାଲି ଯାଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପାଇଁ ଆମ ଭିତରେ ମତଭେଦ ଆରମ୍ଭ ହୋଇଥିଲା। ସେ ଯେବେ ନାଇରୋବି ଫେରିବେନି ବୋଲି ନିଷ୍ପତ୍ତି ନେଲେ, ସେଦିନ ହିଁ ଆମ ସମ୍ପର୍କର ଅନ୍ତ ହେଲା ବୋଲି ମୁଁ ଭାବି ନେଇଥିଲି। ଏଠାରୁ ଯିବା ପରେ ସେ ଯେଉଁ ସବୁ ପୋଷ୍ଟ କରୁଛନ୍ତି, ତାହା ମୋ ପରିବାରକୁ ଆଘାତ ଦେଉଛି। ଆଶା କରୁଛି ସେ ସେଭଳି କରିବା ବନ୍ଦ କରିଦେବେ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking