ବ୍ୟୁରୋ : ଶ୍ରୀଧର ବଲୱନ୍ତ ବାବା ରାମଚନ୍ଦ୍ର ଭାବରେ ବେଶ ଜଣାଶୁଣା । ସେ ୧୮୬୪ ରେ ଗ୍ୱାଲିଅର୍ ଇଷ୍ଟେଟ୍ ର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାରାଷ୍ଟ୍ର ବ୍ରାହ୍ମଣ ଭାବରେ ନିଜର ପରିଚୟ ଲୁଚାଇ ସେ ପ୍ରାୟ ୧୩ ବର୍ଷ ଫିଜିରେ ଏକ ଇଣ୍ଡେଣ୍ଟେଡ୍ ଶ୍ରମିକ ଭାବରେ ରହି ସେମାନଙ୍କୁ ଏକତ୍ରିତ କରିଥିଲେ । ୧୯୧୭ ମସିହାରେ ବାଲ ଗଙ୍ଗାଧର ତିଲକ ଡାକିବା ପରେ ସେ ଭାରତ ଫେରି ଆସିଥିଲେ। କିସାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତାପଗଡ ଜିଲ୍ଲାରେ ବାବା ରାମଚନ୍ଦ୍ରଙ୍କ ନେତୃତ୍ୱରେ ଏକ କିସାନ ସଭା ଗଠନ କରାଯାଇଥିଲା। ତାଙ୍କର କାର୍ଯ୍ୟକଳାପକୁ ବ୍ରିଟିଶ କର୍ତ୍ତୃପକ୍ଷ ନଜର ରଖି ଥିଲେ ଏବଂ ତାଙ୍କର କୃଷି ପ୍ରଚାର ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା। ଅନ୍ୟପକ୍ଷରେ ରାମଚନ୍ଦ୍ର ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଏବଂ ଏହାକୁ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଯୋଡିବାକୁ ଚେଷ୍ଟା କରିଥିଲେ। ତାଙ୍କର ଅନନ୍ୟ ପଦ୍ଧତି ତୁଲସିଦାସ ଙ୍କର ରାମଚରିତ ମାନସ ପାଠ କରିବା ଥିଲା । ଆହ୍ଲାବାଦରେ ମହାତ୍ମା ଗାନ୍ଧୀଙ୍କୁ ଭେଟିବା ଆଶାରେ ରାମ ଚନ୍ଦ୍ର ଆହ୍ଲାବାଦ ପ୍ରାୟ ୭୫ କିଲୋମିଟର ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ କୃଷକଙ୍କ ପଦଯାତ୍ରା ଆୟୋଜନ କରିଥିଲେ । କୃଷକମାନଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ସହାନୁଭୂତି ରହିଥଲା , ସେ ନିଜକୁ ଔଧ କିସାନ୍ ସେବକ ଭାବରେ ପରିଚୟ ଦେଇଥିଲେ । ସରକାରୀ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଅନେକ ଥର କାରାଗାରରେ ରଖାଯାଇଥିଲା। ଏହି ଉପରୋକ୍ତ ପୋଷ୍ଟ କାର୍ଡ ହେଉଛି ପ୍ରୟାଗରାଜ ନିକଟରେ ଥିବା ସେଣ୍ଟ୍ରାଲ ଜେଲରୁ ତାଙ୍କ ଦ୍ୱାରା ଲିଖିତ, ଏହା ମହିଳାଙ୍କ ସମସ୍ୟା ପ୍ରତି ତାଙ୍କର ସମ୍ବେଦନଶୀଳତା ପ୍ରତିଫଳିତ କରିଥାଏ । ତାଙ୍କ ପତ୍ନୀ ଜାଗି ଦେବୀଙ୍କ ପ୍ରେମ ତାଙ୍କ ପୋଷ୍ଟକାର୍ଡରୁ ସ୍ପଷ୍ଟ ଜଣାପଡୁଛି । ସେ ତାଙ୍କ ପତ୍ନୀଙ୍କ ସହ ଦୁଇ ଲଲିତା ଏବଂ ବିଜୟଲକ୍ଷ୍ମୀଙ୍କୁ ଶିକ୍ଷିତ କରିବା ପାଇଁ ଚାହିଁଥିଲେ । ପରିବାରକୁ ଭେଟିବା ପାଇଁ ତାଙ୍କର ଯେଉଁ ଇଚ୍ଛା ରହିଥିଲା ତାହା ଦର୍ଶାଉ ଥିଲା ଯେ ଆମର ସ୍ୱାଧୀନତା ସଂଗ୍ରାମୀମାନେ କିପରି ଭାବପ୍ରବଣ ଭାବରେ ସଂଘର୍ଷ କରିଥିଲେ, ସେହି ସମୟରେ ସେମାନଙ୍କର ଆତ୍ମା, ମନ ଏବଂ ନୀତିକୁ ଦୁର୍ବଳ କରିନଥିଲେ । ଜାଗି ଦେବୀଙ୍କ ପରି ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆର୍ଥିକ ଅସୁବିଧା ବହୁଳ, କୃଷକ ସଂଗ୍ରାମରେ ଭାଗ ନେଉଥିବା ମହିଳାମାନଙ୍କୁ ଜାଗି ଦେବୀ ନେତୃତ୍ୱ ପ୍ରଦାନ ଜାରି ରଖିଥିଲେ । ଏହି ସଂଗ୍ରାମ ଆମର ଅଣସଂଗଠିତ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ କଷ୍ଟ କୁ ବୁଝାଇଥାଏ