24.1 C
Bhubaneswar
Saturday, October 26, 2024
Homeଅପରାଧହୋଟେଲରେ ବିଲ୍ ପେମେଣ୍ଟ ନକରିବାକୁ ନାବାଳକଙ୍କୁ ହତ୍ୟା

ହୋଟେଲରେ ବିଲ୍ ପେମେଣ୍ଟ ନକରିବାକୁ ନାବାଳକଙ୍କୁ ହତ୍ୟା

ଲକ୍ଷ୍ନୌ: ହୋଟେଲରେ ବିଲ ପେମେଣ୍ଟକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଭାଇ ସାଜିଲା ଭଗାରି । ହୋଟେଲରେ ଖାଦ୍ୟ ଖାଇ ୧୧୫ ଟଙ୍କା ପେମେଣ୍ଟ ନକରିବାରୁ ନାବାଳକଙ୍କ ଜୀବନ ନେଇଗଲେ ତିନି ଭାଇ । ଗଲାକାଟି ହତ୍ୟା କରିବା ପରେ ମୃତଦେହକୁ ଫୋପାଡି ଦେଲେ । ଏଭଳି ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜରେ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ମୃତକ ଜଣଙ୍କ ହେଉଛି ଚନ୍ଦନଲାଲ । ଗତ ଗୁରୁବାର ଏହି ଘଟଣା ଘଟଥିବା କୁହାଯାଉଛି । ରବିବାର ଦିନ ନାବାଳକଙ୍କ ମୃତଦେହ ଏକ କଦଳୀ ବଗିଚାରୁ ଉଦ୍ଧାର କରାଯାଇଥିଲା । ଗୁରୁବାର ୪ଜଣ ସମ୍ପର୍କୀୟ ଭାଇ ମିସି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠାରେ ଦୁଇ ପ୍ଲେଟ୍ ଅଣ୍ଡା ତରକାରୀ ଓ ରାଇସ୍ ଅର୍ଡର କରିଥିଲେ । ଅର୍ଡର ଆସିବା ପରେ ସମସ୍ତେ ମିଶିକି ଖାଇଥିଲେ ।

ଏହାପରେ ୧୧୫ ଟଙ୍କା ବିଲ୍ ହୋଇଥିବାରୁ କିଏ ପେମେଣ୍ଟ କରିବ ସେନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଚନ୍ଦନଲାଲଙ୍କୁ ଅନ୍ୟ ୩ ଜଣ ବିଲ୍ ପେମେଣ୍ଟ୍ କରିବାକୁ କହିଥିଲେ । କିନ୍ତୁ ସେ ନଦେବାରୁ ତାଙ୍କୁ ହତ୍ୟା କରିଥିଲେ ଅନ୍ୟ ୩ ସମ୍ପର୍କୀୟ ଭାଇ । ମୃତକଙ୍କ ପରିବାର ଲୋକେ ପୁଅର କୌଣସି ଖୋଜଖବର ନପାଇବାରୁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଗତ ରବିବାର ଅହିରୋଲି ଗ୍ରାମ ନିକଟସ୍ଥ ଏକ କଦଳୀ ବଗିଚାରୁ ଚନ୍ଦନଲାଲଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଏନେଇ ମହାରାଜଗଞ୍ଜ ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଥାନାରେ ମୃତ ନାବାଳକଙ୍କ ବାପା ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ସ୍ଥାନୀୟ ବଜାରର ସିସିଟିଭି ଫୁଟେଜ୍ ଆଧାରରେ ଚନ୍ଦନଲାଲ ଶେଷ ଥର ପାଇଁ କେଉଁଠିକି ଯାଇଥିଲେ ତାହା ପୋଲିସ ଜାଣିବାକୁ ପାଇଥିଲା । ଘୁଗୁଲି ନାମକ ଏକ ସ୍ଥାନକୁ ଯିବା ପରେ ସେଠାରେ ମୃତକଙ୍କ ତିନି ସମ୍ପର୍କୀୟ ଭାଇ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ଚନ୍ଦନଲାଲଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ସନ୍ନି କୁମାର, ଶ୍ୟାମ କୁମାର ଓ ଜଣେ ନାବାଳକ ରହିଛନ୍ତି । ସନ୍ନି କୁମାର ଓ ଶ୍ୟାମ କୁମାରଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ବେଳେ ନାବାଳକଙ୍କୁ ବାଳ ସୁଧାର ଗୃହ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking