27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ

କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ

ମୁମ୍ବାଇ: ୧୮ ବର୍ଷ ନହେଉଣୁ ପୁଅ ହାତରେ କାର୍ ଚାବି ଦେଇଥିଲେ ବିଲ୍ଡର ବାପା । ଏହାର ଫାଇଦା ଉଠାଇ ବେପରୁଆ ଗାଡି ଚାଳନା ବେଳେ ଭୟଙ୍କର ସଡକ ଦୁର୍ଘଟଣା ଘଟାଇଲା ପୁଅ । ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୁଣେରେ ଜଣେ ବିଲ୍ଡରଙ୍କ ନାବାଳକ ପୁଅ ପୋର୍ସ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଇଞ୍ଜିନୟରଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଅନେକ ମହଲରେ ଚର୍ଚ୍ଚା ହୋଇଥିବା ବେଳେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ନାବାଳକକୁ ଅଟକାଇ ପୋଲିସର ଜିମା ଦେଇଥିଲେ । ଅନେକ ମହଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଥିବା ବେଳେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିଯୁକ୍ତ ନାବାଳକର ବିଲ୍ଡର ବାପାକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ସେ ଜଣ ଜଣାଶୁଣା ବିଲ୍ଡର ଭାବେ ବେଶ ପରିଚିତ ଥିଲେ । ନାବାଳକର ବୟସ ୧୭ ବର୍ଷ ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି । ବାରରେ ମଦ ପିଇବା ପରେ ଏଭଳି କାଣ୍ଡ କରିଥିବା ନେଇ ପୋଲିସ ପକ୍ଷରୁ ଦାବି କରାଯାଇଛି । କଲ୍ୟାଣି ନଗର ଅଞ୍ଚଳରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି, ଆମେ ଛତ୍ରପତି ସମ୍ଭାଜିନଗରରୁ ନାବାଳକର ପିତାଙ୍କୁ ଅଟକ ରଖିଛୁ । ତାଙ୍କୁ ପୁଣେ ଅଣାଯାଉଛି ଏବଂ ପଞ୍ଜିକୃତ ମାମଲା ଅନୁସାରେ ତାଙ୍କୁ ଗିରଫ କରାଯିବ । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୫ ଏବଂ ୭୭ ଅନୁଯାୟୀ ଅଭିଯୁକ୍ତର ବାପା ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ନାବାଳକ ମଦ୍ୟପାନ କରିବା ପାଇଁ ବାର୍ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking