34.1 C
Bhubaneswar
Thursday, April 2, 2026
Homeଓଡିଶାରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ବୈଠକ

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ବୈଠକ

ପୁରୀ: ଡିସେମ୍ବର ୧୭ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ଅଧିକାରୀଙ୍କ ସହ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି ବିନୀତ ଅଗ୍ରୱାଲ୍‌, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଏଏସ୍‌ଆଇର ଭୁବନେଶ୍ବର ମଣ୍ଡଳ ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ସହକାରୀ ସଂରକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ ନରେଶ ଦାଶ ଉପସ୍ଥିତ ଥିଲେ। ବୈଠକ ପରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ପରିପ୍ରେକ୍ଷୀରେ ଠାକୁରଙ୍କ ନୀତିକାନ୍ତି ଓ ଅନ୍ୟାନ୍ୟ ବିଧିବ୍ୟବସ୍ଥା କିଭଳି ଚାଲିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking