କଟକ : କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଗତକାଲି ସେ ଥାନା ଆଗରେ ପୋଲିସ୍?ର ସାହାଯ୍ୟ ନକରିବାକୁ ବିରୋଧ କରି ପେଟ୍ରୋଲ୍ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଇଦ୍ୟମ କରିଥିଲେ । ଏହା ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଗୁଣନିଧୀଙ୍କ ଶରୀରର ୯୦ ରୁ ଉର୍ଦ୍ଧ୍ୱ ଅଂଶ ପୋଡି ଯାଇଥିଲା । ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ । ସୂଚନାଯୋଗ୍ୟ, ଗତକାଲି ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନାକୁ ଆସିଥିଲେ । ଗତ ସପ୍ତାହ ତଳେ ସେ ଜମିଜମା ମାମଲା ନେଇ ଥାନାରେ ଏତେଲା ଦେଇଥିଲେ । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ମାତ୍ର କୌଣସି ନ୍ୟାୟ ନପାଇ ଆତ୍ମହତ୍ୟା କରି ପ୍ରାୟ ୯୦ ଭାଗ ପୋଡି ହୋଇ ଥିଲେ । ଯଦି ଆସନ୍ତା କାଲି ସୁଦ୍ଧା ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ । ତେବେ ସମଗ୍ର ଆଠ ଗୋଟି ପଞ୍ଚାୟତ ର ଲୋକେ ଧାରଣା ରେ ବସିବା ସହ ରାସ୍ତା ରୋକ ପାଇ ଚେତାବନୀ ଦେଇଥିଲେ ।