34.1 C
Bhubaneswar
Thursday, June 20, 2024
Homeଦେଶ ବିଦେଶପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ଗାଜିଆବାଦ : ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଶନିବାର ଟ୍ରୋନିକା ସିଟି ପୋଲିସ ଷ୍ଟେସନ ପରିସରରେ ଥିବା ଏକ ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ନିକଟସ୍ଥ ଉଭୟ କାରଖାନାରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀ ୧୦ ଟି ଗାଡି ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସୂଚନାନୁସାରେ, ଶନିବାର ଟ୍ରୋନିକା ସିଟି ଶିଳ୍ପାଞ୍ଚଳର ଏକ ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ପଲିଥିନ ସମେତ ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲାଗିବ ଫଳରେ ନିଅ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିଲା । କିଛି ସମୟ ମଧ୍ୟରେ ନିଆଁ ବଢିବାକୁ ଲାଗିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କିଛି ସମୟ ମଧ୍ୟରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ କାରଖାନାର ଉଭୟ ପାର୍ଶ୍ୱରେ ଥିବା କାରଖାନାରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ୧୦ ରୁ ଅଧିକ ଗାଡି ନିଆଁ ଲିଭା କାମରେ ନିୟୋଜିତ ଥିଲେ। ଅଗ୍ନିକାଣ୍ଡ ସମୟରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ନିକଟସ୍ଥ ଅନ୍ୟ କାରଖାନାଗୁଡ଼ିକୁ ଖାଲି କରାଯାଇଛି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking