ରାମପୁର : ଯୁବକ ଓ ଯୁବତୀଙ୍କର ପ୍ରେମ-ପ୍ରସଙ୍ଗ ମାମଲାରେ ଯେଉଁଠି ସମାଜର ଲୋକ ଶତ୍ରୁ ହୋଇ ଠିଆ ହୋଇ ଯା’ନ୍ତି , ସେଇଠି ଜଣେ ବ୍ୟକ୍ତି ପ୍ରେମୀ ଯୁଗଳକୁ ମିଶାଇବା ପାଇଁ ନିଜର ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ନିଜ ସ୍ତ୍ରୀର ହାତ ଅନ୍ୟ ହାତରେ ମିଳାଇ ଦେଇଛନ୍ତି। ସୂଚନା ଆଧାରରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକ ଅନ୍ୟ ସ୍ଥାନରେ ତାଙ୍କ ବିବାହ କରିଦେଲେ । ସ୍ୱାମୀଙ୍କ ପାଖରେ ରହି ବି ଯୁବତୀ ଜଣଙ୍କ ନିଜର ପ୍ରେମିକଙ୍କୁ ଭୁଲି ପାରୁନଥିଲେ। ଶାଶୁ ଘରେ ରହିଲେ ବି, ସେ ପ୍ରେମିକ ସହ ଲୁଚି ଛପି କଥାବାର୍ତ୍ତା ହେଉଥିଲେ। ଏ ବିଷୟରେ ଯେବେ ସ୍ୱାମୀ ଜାଣିଲେ , ସତ କଣ ପଚାରିବାରୁ ଯୁବତୀ କିଛି କହି ନଥିଲେ। ହେଲେ ଦିନେ ଦୁହିଁଙ୍କୁ ଯେତେ ସ୍ୱାମୀ ରଙ୍ଗେ ହାତରେ ଧରିଲେ , ସେତେବେଳେ ପଞ୍ଚାୟତ ବସିଲା । ପଞ୍ଚାୟତରେ ସର୍ବସମ୍ମୁଖରେ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କୁ ପ୍ରଦାନ କରିଥିଲ । ମାମଲାଟି ରାମପୁର ଜିଲ୍ଲାର ଅଜିମନଗର ଥାନା ଅଞ୍ଚଳସ୍ଥ ଦୌକପୁରୀ ଟାଣ୍ଡା ଗାଁରେ ଘଟିଛି ।
ଏହି ଗାଁରେ ରହୁଥିବା ଜଣେ ଯୁବତୀଙ୍କର ଖେଡା ଟାଣ୍ଡାର ଯୁବକଙ୍କ ସହ ପ୍ରେମ ଚାଲୁଥିଲା । ଯୁବତୀଙ୍କ ପରିବାର ଲୋକେ ତାଙ୍କ ପ୍ରେମକୁ ବିରୋଧ କରି ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ବିବାହ କରି ଦେଲେ । ବିବାହ ପରେ ନବବିବାହିତା ନିଜର ପତିଙ୍କ ସହ ତାଙ୍କ ଘରେ ରହୁଥିଲେ । କିଛି ଦିନ ସାଥିରେ ରହିବା ପରେ ନବବିବାହିତାଙ୍କୁ ନିଜ ପ୍ରେମିକାଙ୍କ କଥା ମନେପଡ଼ିଲା । ନବବିବାହିତା ସୁଯୋଗ ପାଇ ନିଜର ପ୍ରେମିକ ସହ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କଥା ବାର୍ତ୍ତା ଆରମ୍ଭ କରି ଦେଲେ । ସ୍ୱାମୀ ଅନେକ ବୁଝାଇବା ପରେ ବି ସେ ନିଜର ପ୍ରେମିକ ସହ କଥା ବାର୍ତ୍ତା ଜାରି ରଖିଲେ । ଦିନେ ସ୍ତ୍ରୀଙ୍କୁ ତାଙ୍କର ପ୍ରେମିକ ସହ ଥିବାର ଧରି ନେଲେ ସ୍ୱାମୀ । ଏହାପରେ ହଙ୍ଗାମା ଆରମ୍ଭ ହୋଇଗଲା । ମାମଲା ଯାଇ ପୁଲିସ୍ ପାଖରେ ପହଞ୍ଚିଲା । ଗାଁ ପଞ୍ଚାୟତ ବସିଲା । ହେଲେ ପଞ୍ଚାୟତ ନିଜର ନିଷ୍ପତ୍ତି ଶୁଣାଇବା ପୂର୍ବରୁ ସ୍ୱାମୀ ନିଜ ପତ୍ନୀଙ୍କର ହାତ ତାଙ୍କର ପ୍ରେମିକ ହାତରେ ଟେକି ଦେଇଥିଲେ । ଆଉ ସ୍ତ୍ରୀଙ୍କୁ କହିଥିଲେ ଖୁସି ଖୁସିରେ ତୁମ ବାକି ଜୀବନ କଟେଇଦିଅ । ୩ଦିନ ଧରି ଗାଁରେ ଚାଲୁଥିବା ଏହି ଘଟଣା ଶୁକ୍ରବାର ଶେଷ ହୋଇଛି ।