15.1 C
Bhubaneswar
Friday, December 19, 2025
Homeଓଡିଶାଗୋଟିଏ ଜୁଇରେ ଜାଳିଲେ ସ୍ୱାମୀ-ସ୍ତ୍ରୀ

ଗୋଟିଏ ଜୁଇରେ ଜାଳିଲେ ସ୍ୱାମୀ-ସ୍ତ୍ରୀ

ଛତିଶଗଡ : ଛତିଶଗଡ ସୀମାନ୍ତ ଚିଟକାକାନି ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ ମୃତ୍ୟୁର ଦୁଃଖ ସହିନପାରି ସ୍ୱାମୀ ଜୁଇରେ ଜୀବନ ହାରିଲା ସ୍ତ୍ରୀ। ଆଖି ପିଛୁଳାକେ ପିଲାଙ୍କ ଉପରୁ ଉଠିଯାଇଛି ବାପା ଓ ମାଆଙ୍କ ସାହାରା। ସୂଚନା ଅନୁସାରେ, ଗତ ୧୦ ବର୍ଷ ହେବ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ। କ୍ୟାନ୍ସର ରୋଗରୁ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖୁଥିଲେ ସ୍ତ୍ରୀ। ଏଥିପାଇଁ ସ୍ୱାମୀଙ୍କର ଖୁବ ସେବା କରିବା ସହିତ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ। ହେଲେ ସୋମବାର ସକାଳେ ସ୍ୱାମୀଙ୍କର ମୃତ୍ୟୁ ହୋଯାଇଥିଲା। ଏହାକୁ ସହିପାରି ନ ପରି ସମ୍ପୂର୍ଣ ରୂପେ ଭାଙ୍ଗି ପଡ଼ିଥିଲେ ପତ୍ନୀ। ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ବ୍ୟବସ୍ଥା କରୁଥିଲେ। ତେବେ ମୃତ ବ୍ୟକ୍ତିଙ୍କର ଶବ ସତ୍କାର ଚାଲିଥିବା ବେଳେ ସେହି ଜଳୁଥିବା ଜୁଇରେ ଜୀବନ ହାରିଲେ ପତ୍ନୀ। ଯାହାପରେ ସମ୍ପୂର୍ଣ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking