ଇନ୍ଦୋର: ଇନ୍ଦୋରରେ ଘଟିଛି ଏକ ଅଭାବନୀୟ ଘଟଣା। କୋଚିଂ ସେଣ୍ଟରରେ ପଢ଼ୁଥିବା ବେଳେ ହୃଦଘାତ ନେଲା ଛାତ୍ରଙ୍କ ଜୀବନ। ମଧ୍ୟପ୍ରଦେଶ ଲୋକସେବା ଆୟୋଗ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ପିଲାଙ୍କ ସହ ବସି କୋଚିଂ ନେଉଥିବା ବେଳେ ହଠାତ୍ ହୃଦଘାତ ହେବାରୁ ଟଳି ପଡ଼ିଥିଲେ ଯୁବକ। କେହି କିଛି ବୁଝିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ନାମ ରାଜା ଲୋଧି ବୋଲି ଜଣାପଡ଼ିଥିବା ବେଳେ ସେ ସାଗରର ବାସିନ୍ଦା ଥିଲେ।