28.1 C
Bhubaneswar
Saturday, October 19, 2024
Homeଓଡିଶାକୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର

କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନିକଟସ୍ଥ ଗେରେଡା ଗାଁର ମାଳା ନାଇକ ବୋଲି ଜଣାପଡିଛି। ଜଙ୍ଗଲ ନିକଟ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଯାଇଥିବା ବେଳେ ଦୀପ ନିଆଁ ତାଙ୍କ ଲୁଗାରେ ଲାଗିଯାଇଥିଲା। ଶରୀର ଅର୍ଦ୍ଧାଧିକ ଅଂଶ ପୋଡ଼ି ଯିବାରୁ, ନିଜକୁ ବଞ୍ଚାଇବାକୁ ଯାଇ ପାଖରେ ଥିବା କୂଅ ଭିତରକୁ ଡେଇଁ ପଡ଼ିଥିଲେ । ମଙ୍ଗଳବାର ରାତି ତମାମ ସେ କୂଅରେ ପଡ଼ିଥିବା ବେଳେ ବୁଧବାର ଦିନ କିଛି ଲୋକେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking