29.1 C
Bhubaneswar
Tuesday, October 22, 2024
Homeଓଡିଶାମହାପ୍ରଭୁଙ୍କ ନାଁରେ ମହା ଠକେଇ

ମହାପ୍ରଭୁଙ୍କ ନାଁରେ ମହା ଠକେଇ

ପୁରୀ: ଭକ୍ତଙ୍କ ଭାବନା ସହ ଖେଳ । ମହାପ୍ରଭୁଙ୍କ ନାଁରେ ଠକେଇ । ଶ୍ରୀମନ୍ଦିରରେ ଭୋଗ ଲଗାଇବା ନାଁରେ ଭକ୍ତଙ୍କ ଭାବନା ସହ ରୀତିମତ ଖେଳ ଚାଲିଛି । ଶ୍ରୀମନ୍ଦିରରେ ପୂଜା କରିବାକୁ ଅନଲାଇନରେ ଦିଆଯଇଛି ବିଜ୍ଞାପନ । ଭକ୍ତମାନେ କୌଣସି ସ୍ଥାନରେ ଥାଇ ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି ଏଥିରେ କୁହାଯାଇଛି । ଆଉ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
‘ଉତ୍ସବ’ ନାମକ ଆପ୍ରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗର ଏକ ଟିମ୍ ଏହି ଅନଲାଇନ ଆପ୍ କରିଛି । ଅନଲାଇନ୍ ଆପରେ ପୂଜା କରିବାର ସୁଯୋଗ ମିଳୁଥିବା କୁହାଯାଇଛି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଏବଂ ଭୋଗ ଲଗାଇବାପାଇଁ ଭିନ୍ନ ଭିନ୍ନ ରେଟ ଚାଟ ରଖାଯାଇଛି । ଏଥିରେ ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ୧୦୦ ଟଙ୍କା ରଖାଯାଇଛି । ସେହିଭଳି ରଥଯତ୍ରାରେ ସ୍ୱତନ୍ତର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨ହଜାର ୪୦୧ଟଙ୍କା ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି ।
ଏବେ ସୁଦ୍ଧା ଏହି ଆପ୍ ଜରିଆରେ ଅନଲାଇନ୍ ଭୋଗ ଲଗାଇବାପାଇଁ ୩ହଜାର ୭୦୦ରୁ ଅଧିକ ଭକ୍ତ ବୁକିଂ କରିଥିବା ଜଣାପଡିଛି । ଏନେଇ ପୁରୀ ଶ୍ରୀମନ୍ଦିର ଥାନାରେ ଏତଲା ଦିଆଯାଇଛି । ଏହା ପୂର୍ବରୁ ପୁରୀରେ ନକଲି ଅବଢା ବିକ୍ରି କରିବାର ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ସେହିଭଳି ଶ୍ରୀମନ୍ଦିର ବାହାରେ ଅବଢା ବିକ୍ରିି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଗଜପତି ମହାରାଜ । କହିଥିଲେ ଏହା କଳିଯୁଗର ପ୍ରଭାବ । ଶ୍ରୀମନ୍ଦିର ବାହାରେ ଅବଢା ବିକ୍ରିି ହୋଇପାରିବ ନାହିଁ । ଏଦିଗରେ ମନ୍ଦିର ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking