26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଆମେରିକାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ: ବିଦେଶ ମାଟିରୁ ବିଜେପି-ଆରଏସଏସ୍‌କୁ ଟାର୍ଗେଟ୍‌

ଆମେରିକାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ: ବିଦେଶ ମାଟିରୁ ବିଜେପି-ଆରଏସଏସ୍‌କୁ ଟାର୍ଗେଟ୍‌

ୱାଶିଂଟନ୍‌: ଆମେରିକା ଗସ୍ତରେ ଥିବା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଠାରୁ ବିପକ୍ଷ ଦଳ ବିଜେପି ଏବଂ ଆରଏସ୍‌ଏସ୍‌କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପ୍ରତି ଲୋକଙ୍କ ଭୟ ଲୋପ ପାଇଯାଇଛି। ସେହିପରି ବିଜେପିର ଆଦର୍ଶ ରହିଆସିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌)କୁ ମଧ୍ୟ ସମାଲୋଚନା କରି ରାହୁଲ କହିଛନ୍ତି, ଆରଏସ୍‌ଏସ୍ ଭାରତକୁ ଏକ ଧାରଣା ଭାବେ ବିବେଚନା କରେ। କିନ୍ତୁ କଂଗ୍ରେସ ଭାରତ ଏକ ବହୁଗୁଣ ଧାରକ ଧାରଣା ଭାବେ ବିଶ୍ୱାସ କରେ। କଂଗ୍ରେସ ସମସ୍ତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା, ସମସ୍ତଙ୍କୁ ସ୍ୱପ୍ନ ଦେଖିବାର ସୁଯୋଗ ମିଳୁ ଏବଂ ଜାତି, ଭାଷା, ଧର୍ମ, ପରମ୍ପରା, ଇତିହାସ ନିର୍ବିଶେଷରେ ସମସ୍ତଙ୍କୁ ସ୍ଥାନ ଦିଆଯିବା ଚିନ୍ତାଧାରାରେ ବିଶ୍ୱାସ କରେ। ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ଅପେକ୍ଷା କୃତ ହ୍ରାସ ପାଇବା ଏବଂ କଂଗ୍ରେସର ଆସନ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗରେ ରାହୁଲ କହିଛନ୍ତି ଯେ, ଭାରତବାସୀ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏକଛତ୍ରବାଦୀ ମାନସିକତାକୁ ବେଶ୍ ଭଲଭାବେ ବୁଝିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଦେଶର ସମ୍ବିଧାନ ଉପରେ ଆକ୍ରମଣ ହେଉଥିବା ଲୋକେ ଅନୁଭବ କରୁଛନ୍ତି। ସେହିପରି କଂଗ୍ରେସର ଭାରତ ଯୋଡୋ ଏବଂ ନ୍ୟାୟ ଯାତ୍ରା ଆୟୋଜନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଜନଆକ୍ରୋଶରୁ ଏଭଳି ଏକ ପଦଯାତ୍ରାର ସଂକଳ୍ପ ଜନ୍ମ ନେଇଥିଲା। ଦେଶବାସୀଙ୍କ ପାଖରେ ପହଞ୍ôଚବାର ଅଭିପ୍ରାୟ କଂଗ୍ରେସ ସ୍ପଷ୍ଟ କରିଥିଲା।
ପ୍ରକାଶ, ଲୋକସଭାରେ ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି। ଏହା ତାଙ୍କର ଅନୌପଚାରିକ ଗସ୍ତ ହୋଇଥିଲେ ମଧ୍ୟ ଆମେରିକାରେ ଥିବା ପ୍ରବାସୀ ଭାରତୀୟ ମଞ୍ଚ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାହୁଲ ଡାଲାସ୍‌, ଟେକ୍ସାସ୍ ଏବଂ ୱାଶିଂଟନ୍ ଡିସିରେ ଭାରତୀୟ ପ୍ରବାସୀ ତଥା ଯୁବକମାନଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଡାଲାସ ଏବଂ ଟେକ୍ସାସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବକ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଭାରତୀୟ ରାଜନୀତିରେ ପ୍ରେମ, “ସମ୍ମାନ ଏବଂ ନମ୍ରତା ହଜିଯାଉଛି। ଦେଶର ରାଜନୈତିକ ବାର୍ତ୍ତାଳନ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ଆପଣଙ୍କୁ ପ୍ରେମ ବୋଲି କିଛି ମିଳିବ ନାହିଁ। ଯଦି କିଛି ମିଳିବ, ତାହା ହେଉଛି ଘୃଣା, ହିଂସା ଏବଂ ଅନ୍ୟାୟ।’ ପ୍ରତିଟି ମଣିଷକୁ ପ୍ରେମ କରିବା ଉଚିତ୍‌, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍‌। କେବଳ ଗୋଟିଏ ଧର୍ମ, ଗୋଟିଏ ସମ୍ପ୍ରଦାୟ, ଗୋଟିଏ ଜାତି, ଗୋଟିଏ ରାଜ୍ୟ କିମ୍ବା ଗୋଟିଏ ଭାଷା କହୁଥିବା ଲୋକଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଏବଂ ବିରୋଧୀଙ୍କ ସହ ଶତ୍ରୁତା ଆଚରଣ ପୂର୍ବକ ବୈମାତୃକ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ। ପ୍ରକାଶ, ରାହୁଲଙ୍କ ସହ ଇଣ୍ଡିଆନ୍ ଓଭରସିଜ କଂଗ୍ରେସ(ଆଇଓସି) ନେତା ସାମ୍ ପିଟ୍ରୋଡା ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷାବିତ୍‌ଙ୍କ ସହ ରାହୁଲ ଆଲୋଚନା କରିବା ସହ ଭାରତୀୟ ସମୁଦାୟର କିଛି ଟେକ୍ନୋକ୍ରାଟଙ୍କ ସହ ଭେଟିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking