19.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶପତ୍ନୀ ଏବଂ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପ-ପୁଅ

ପତ୍ନୀ ଏବଂ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପ-ପୁଅ

ଭୋପାଳ: ପୋଷା କୁକୁର ଓ ପତ୍ନୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ଜୀବନ ହାରିଲେ ବାପା-ପୁଅ । ମଧ୍ୟପ୍ରଦେଶର ଖାର୍ଗୋନରେ ଏଭଳି କ ଦୁଃଖଦାୟକ ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ, ନିଜ ପତ୍ନୀ ଏବଂ ପୋଷା କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରି ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ନର୍ମଦା ନଦୀରେ ବୁଡ଼ି ଯାଇଥିଲେ । ଖର୍ଗୋନର ସହସ୍ରାଧର ଅଂଚଳରେ ସ୍ୱାମୀ-ସ୍ତ୍ରୀ, ତାଙ୍କ ପୁଅ ଓ ପୋଷା କୁକୁର ନର୍ମଦା ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ପୋଷା କୁକୁରଟି ନଦୀ ଭିତରକୁ ଚାଲିଯାଇଥିଲା ।

ଆଉ ପୋଷା କୁକୁରକୁ ବଞ୍ଚାଇବାକୁ ସପନା ସିଂହ ନାମକ ମହିଳା ମଧ୍ୟ ନଦୀକୁ ଡେଇଁପଡ଼ିଥିଲେ । ଏହି ଘଟଣା ଦେଖି ଅଳ୍ପ ଦୂରରେ ଥିବା ସପନାଙ୍କ ସ୍ୱାମୀ ଅମନ ସିଂ କନୱର ଏବଂ ତାଙ୍କ ପୁଅ ରୁଦ୍ରାକ୍ଷ ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ଡେଇଁଥିଲେ । ତେବେ ସପନା ସିଂହ ଓ କୁକୁର ପହଁରି ପହଁରି କୂଳକୁ ଚାଲିଆସିଥିବାବେଳେ ଅମନ ଓ ତାଙ୍କ ପୁଅ ରୁଦ୍ରାକ୍ଷ କିନ୍ତୁ ନଦୀ ଗର୍ଭରେ ବୁଡିଯାଇଥିଲେ । ଏହି ଘଟଣା ଦେଖି ସପନା ଯେତେ ଚିତ୍କାର କରିଥିଲେ ବି କେହି ଶୁଣିପାରିନଥିଲେ । କାରଣ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିଲେ । ପରେ ସ୍ଥାନୀୟ ଲୋକ ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପାଣିରେ ଅନେକ ସମୟ ଖୋଜାଖୋଜି କରିବା ପରେ ଉଭୟ ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking