26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଅସଲି ଶକ୍ଷୟିତ୍ରୀ ନଣନ୍ଦଙ୍କ ସ୍ଥାନରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷୟତ୍ରୀ ଭାଉଜ

ଅସଲି ଶକ୍ଷୟିତ୍ରୀ ନଣନ୍ଦଙ୍କ ସ୍ଥାନରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷୟତ୍ରୀ ଭାଉଜ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଏକ ସରକାରୀ ସ୍କୁଲରେ ନଣନ୍ଦଙ୍କ ସ୍ଥାନରେ ଭାଉଜ ଆସି ପାଠପଢ଼ାଉଥିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ଅଧିକାରୀ କଡ଼ା ଯାଞ୍ଚର ନି‌ର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ ଜନପଦ ଶିକ୍ଷା କେନ୍ଦ୍ର ସିହାବଲରେ ଅତିଥି ଶିକ୍ଷୟିତ୍ରୀ ଭାବେ କେବଳ କାଗଜପତ୍ରରେ ସୋନମ ସୋନି ଚାକିରି କରୁଥି‌ଲେ। କିନ୍ତୁ ବାସ୍ତବରେ ତାଙ୍କ ଭାଉଜ ଶୁଭି ସୋନି ସ୍କୁଲକୁ ପାଠପଢ଼ାଇବାକୁ ଆସୁଥିଲେ।କାରଣ ଶୁଭିଙ୍କ ନଣନ୍ଦ ସୋନମ ଅର୍ଥାତ ଯାହାଙ୍କୁ ଏହି ଚାକିରି ମିଳିଛି ସେ ତାଙ୍କ ସ୍ବାମୀଙ୍କ ସହିତ ଶାଶୁଘରେ ରହୁଛନ୍ତି। ଏହି ଘଟଣାକୁ ନେଇ ସିଦ୍ଧି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଏତେ ଦିନ ଧରି ଏମିତି ଏକ ଘଟଣା ଘଟୁଥିଲେ ‌ଥିଲେ ହେଁ ‌କୌଣସି ଖବର ଆମେ ପାଇ ପାରି ନଥିଲୁ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣା ବିଷୟରେ ଅବଗତ ହେଲୁ। ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି। ସରକାରୀ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ଭାବେ କାଗଜ କଲମରେ ଜଣକଙ୍କ ନାମ ଥିବା ବେଳେ ସ୍କୁଲକୁ ପାଠପଢ଼ାଇବାକୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଆସୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking