27.1 C
Bhubaneswar
Friday, June 28, 2024
Homeଓଡିଶାଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ଦିବା ସ୍ୱପ୍ନ

ଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ଦିବା ସ୍ୱପ୍ନ

ରାଉରକେଲା : ସୁନ୍ଦରଗଡ଼ ଜିଲା ଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ଦିବା ସ୍ୱପ୍ନ ପାଲଟି ଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଗରିବ, ଖଟିଖିଆ, ଦିନ ମଜୁରିଆ ମାନଙ୍କ ପାଇଁ ରାଜ୍ୟ ସରକାର ୫ ଟଙ୍କାରେ ସୁଲଭ ରନ୍ଧା ଖାଦ୍ୟ ଭାତ,ଡାଲମା, ଆଚାର ଆଦିର ବ୍ୟବସ୍ଥା କରିଛନ୍ତି । ରାଉରକେଲାରେ ୬ଟି ଆହାର କେନ୍ଦ୍ର ବେଦବ୍ୟାସ ଛକ, ରାଉରକେଲା ସରକାରୀ ହସ୍ପିଟାଲ, ପାୱାର ହାଉସରୋଡ଼, ରାଉରକେଲା ନୂଆ ବସଷ୍ଟାଣ୍ଡ, ସେକ୍ଟର-୨ ବସଷ୍ଟାଣ୍ଡ ଓ ରାଉରକେଲା ଇସ୍ପାତ ଜେନେରାଳ ହସ୍ପିଟାଲ କେନ୍ଦ୍ର ନିକଟରେ ଆହାର କେନ୍ଦ୍ର ଖୋଲା ହୋଇଛି । କିନ୍ତୁ ଦକ୍ଷିଣ ରାଉରକେଲାରେ ଏଯାଏ ଆହାର କେନ୍ଦ୍ର ନାହିଁ, ଯାହା କ୍ଷୋଭର ବିଷୟ! ପୂର୍ବରୁ ମହାମାରୀ କରୋନା ଯୋଗୁ କେବଳ ରାଉରକେଲା ସରକାରୀ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ ଅନ୍ୟ ଗୁଡ଼ିକ ବନଦ ରଖାଯାଇଥିଲା । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଅନ୍ୟ କେନ୍ଦ୍ର ଗୁଡ଼ିକୁ ସାମୟିକ ଭାବେ ବନ୍ଦ ରଖାଯାଇଥିବା ବେଳେ, ବର୍ତମାନ କିଛି ଆହାର କେନ୍ଦ୍ର ଖୋଲାଯାଇଛି । ମାତ୍ର ଭାଗ୍ୟର ବିଡମ୍ବନା ହେଉକି, ଲୋକପ୍ରତିନିଧିଙ୍କ ଆନ୍ତରିକତାର ଦୂରଦୃଷ୍ଟିର ଅଭାବ, ଆଗାମୀ ଭବିଷ୍ୟତରେ ଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ନଖୋଲିବା ଗରିବ ଜନସାଧାରଣଙ୍କ ପାଇଁ ସତେ ଯେପରି କୁଠାରଘାତ ସଦୃଶ ହେବ କହିଲେ ଅତ୍ୟୁକ୍ତି ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking