30.1 C
Bhubaneswar
Wednesday, December 4, 2024
Homeଓଡିଶାମୌଳିକ ସମସ୍ୟାକୁ ନେଇ ପୌରାଧ୍ୟାକ୍ଷାଙ୍କୁ ଦାବିପତ୍ର, ନହେଲେ ଆନ୍ଦୋଳନ

ମୌଳିକ ସମସ୍ୟାକୁ ନେଇ ପୌରାଧ୍ୟାକ୍ଷାଙ୍କୁ ଦାବିପତ୍ର, ନହେଲେ ଆନ୍ଦୋଳନ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦର ମୌଳିକ ସମସ୍ୟା ଗୁଡିକୁ ଅଣଦେଖା କରାଯାଉଛି | ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଗତ କିଛି ମାସ ହେବ ଅସନ୍ତୋଷ ବୃଦ୍ଧି ପାଇଛି | ନୂତନ ପୌର ପରିଷଦ ଗଠନ ହେବାର ଏକବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସହରର ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ସମାଧାନ କକ୍ଷେତ୍ରରେ ପୌରାଧ୍ୟାକ୍ଷା ଅସଫଳ ହୋଇଛନ୍ତି | ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଅପ୍ରୀତି କର ପରିସ୍ଥିତି ନେଇ ଚର୍ଚ୍ଚାରେ ରହିଥିବା ପୌର ପରିଷଦରେ କନ୍ଦଳ ଲାଗିରହିଛି | ଏବେ ଆଉ ସହରବାସୀ ବରଦାସ୍ତ କରିବା ପରିସ୍ଥିତିରେ ଆଉ ନାହାନ୍ତି | ପୌର ପରିଷଦରେ ହେଉଥିବା ବୈଠକରେ ଶାସକ ବିଜେଡି ପାରିଷଦ ମାନେ  ୨ଭାଗରେ ବିଭକ୍ତ ହୋଇଥିବା ବେଳେ ବିରୋଧୀ କଂଗ୍ରେସ ପାରିଷଦ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା | ଯାହାକୁ ନେଇ ସୋମବାର ବିରୋଧୀ କଂଗ୍ରେସ ଦଳ ମୁହଁ ଖୋଲିଛି |

ନଗର କଂଗ୍ରେସ କମିଟି ପକ୍ଷରୁ ପୌରାଧକ୍ଷାଙ୍କ ଉଦେଶ୍ୟରେ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପୌର କାର୍ଯ୍ୟନିର୍ବାହୀ ଅଧୁକାରୀ ତରୁଣ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି | ଏହି ଦାବି ଗୁଡିକ ହେଲା, ସହରରେ ଥିବା ୱାର୍ଡ଼ ଗୁଡିକରେ ୨୯00ରୁ ଉର୍ଦ୍ଧ ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ପୂର୍ବରୁ ଥିବା ସତ୍ୱେ ୨0୨0 ମସିହା ଠାରୁ ନୂତନ ଭାବେ ଏଲ ଇ ଡି ଲାଇଟକୁ ପରିବର୍ତନ ହେବା ଦିନଠାରୁ ଅଦ୍ୟାବଧି ବୋହୁ ଅଞ୍ଚଳ ଅନ୍ଧକାର ରହିଅଛି ଏଣୁ ଉକ୍ତ ୱାର୍ଡ଼ ଗୁଡିକରେ ତୁରନ୍ତ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯାଉ,ପୌର ପାରିଷଦ ତରଫରୁ ପ୍ରତେକ ମାସ ସଫେଇ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅଧିକାଂଶ ଅଞ୍ଚଳରେ ଠିକଭାବେ ସଫେଇ କାର୍ଯ୍ୟ କରାଯାଉନାହିଁ,, ପୌରାଞ୍ଚଳରେ ଥିବା ଡ୍ରେନ ଗୁଡିକର ଦୀର୍ଘଦିନ ଧରି ସଫେଇ ଓ ମରାମତି ଅଭାରୁ ସମାନ୍ୟ ବର୍ଷାରେ ସହର ଜଳମଗ୍ନ ହେଉଅଛି, ଏହାର ତୁରନ୍ତ ସମାଧାନ କରିବା ସହ ପୂର୍ତ୍ତ ବିଭାଗର ଡ୍ରେନ ଗୁଡିକୁ ମଧ୍ୟ ପୌର ପାରିଷଦ ପକ୍ଷରୁ ସଫେଇ କରାଯିବାପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖାଯାଉ :, – ପୌରାଞ୍ଚଳ ମଧ୍ୟରେ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ରାସ୍ତା ଗୁଡିକୁ ତୁରନ୍ତ ମରାମତି କରିବା ସହିତ ସହର ମଧ୍ୟରେ ଥିବା ପୂର୍ତ୍ତ ବିଭାଗର ରାସ୍ତା ଗୁଡିକୁ ମରାମତି ପାଇଁ ସମ୍ପୃକ୍ତ ବିଭାଗକୁ ତୁରନ୍ତ ନିର୍ଦ୍ଧେଶ ଦିଆଯିବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରଯାଇଛି |

ଯଥା ଶିଘ୍ର ଉପରୋକ୍ତ ଦାବି ଗୁଡିକ  ପୂରଣ କରା ନଗଲେ କଂଗ୍ରେସ ଦଳ ଆନ୍ଦୋଳନକୁ ଓଲ୍ହାବ ବୋଲି ସଭାପତି ଦିଲ୍ଲିପ କୁମାର ମଲ୍ଲିକ କହିଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତି, କାଉନସିଲର ଅରୁନ୍ଧତି ପରିଡା, ଅନ୍ନପୂର୍ଣ୍ଣା ତରେଇ, ରବିନ୍ଦ୍ର ରାଉତ, ଭରତ ଓଝା, ପୂର୍ବତନ କାଉନସିଲର ଅନୁପ ନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧାନିଧି ମହାପାତ୍ର, ସନ୍ତୋଷ କୁମାର ମହାନ୍ତି,ପ୍ରଭାତ ମହାପାତ୍ର, ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା,ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking