40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶବାଂଲାଦେଶ ସାଂସଦଙ୍କ ହତ୍ୟା ପାଇଁ ହୋଇଥିଲା ୫ କୋଟି ଟଙ୍କାର ଚୁକ୍ତି

ବାଂଲାଦେଶ ସାଂସଦଙ୍କ ହତ୍ୟା ପାଇଁ ହୋଇଥିଲା ୫ କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ : ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କ ହତ୍ୟା ଘଟଣାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସାଂସଦଙ୍କର ଜଣେ ବନ୍ଧୁ ସାଂସଦଙ୍କ ହତ୍ୟା ପାଇଁ ପ୍ରାୟ ୫ କୋଟି ଟଙ୍କା ଚୁକ୍ତି କରିଥିଲେ । ଗୁରୁବାର ଜଣେ ବରିଷ୍ଠ ସିଆଇଡି ପୋଲିସ ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି ।
ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ବୁଧବାର ଦିନ କହିଛନ୍ତି ଯେ ମେ ୧୩ ରୁ କୋଲକାତାରେ ନିଖୋଜ ଥିବା ଅନାରଙ୍କୁ ହତ୍ୟା କରାଯାଇଛି ଏବଂ ତିନି ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୋଲିସ କହିଛି ଯେ ରାଜ୍ୟ ସିଆଇଡି ଏହି ମାମଲାର ତଦନ୍ତ କରୁଛି। ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ‘ଏହା ଏକ ଯୋଜନାବଦ୍ଧ ହତ୍ୟା। ସାଂସଦଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କୁ ହତ୍ୟା କରିବା ପାଇଁ ବିପୁଳ ପରିମାଣର ଅର୍ଥ (ପ୍ରାୟ ୫ କୋଟି ଟଙ୍କା) ଦେଇଥିଲେ। ସେ କହିଛନ୍ତି, ‘ଆୱାମୀ ଲିଗ୍ ସାଂସଦଙ୍କ ବନ୍ଧୁ ଜଣେ ଆମେରିକୀୟ ନାଗରିକ ଏବଂ କୋଲକାତାରେ ତାଙ୍କର ଏକ ଫ୍ଲାଟ ଅଛି।’
ସିଆଇଡି ଆଇଜି ଅଖିଳେଶ ଚତୁର୍ବେଡି ବୁଧବାର କହିଛନ୍ତି ଯେ ଅନାରଙ୍କୁ ହତ୍ୟା କରାଯାଇଥିବାର ପୋଲିସ ପାଖରେ ବିଶ୍ୱାସଯୋଗ୍ୟ ଇନପୁଟ ଅଛି, କିନ୍ତୁ ତାଙ୍କ ମୃତଦେହ ଏପର‌୍ୟ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। କୋଲକାତାର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରେ ପୋଲିସ ରକ୍ତ ଦାଗ ପାଇଛି କି ନାହିଁ ବୋଲି ପଚରାଯିବାରୁ (ଯେଉଁଠାରେ ସାଂସଦ ଗତ ମେ ୧୩ ରେ ଉପସ୍ଥିତ ଥିବା ଜଣା ପଡିଥିଲା) ଅଖିଳେଶ ଚାଟୁର୍ବେଡି କହିଛନ୍ତି ଯେ ‘ଆମର ଫରେନସିକ୍ ସନ୍ଦେହଜନକ ଅପରାଧ ଘଟଣାର ତଦନ୍ତ କରୁଛି। ଏ ବିଷୟରେ ଏବେ କିଛି କୁହାଯାଇ ପାରିବ ନାହିଁ ଜ୍ଝ ନିଖୋଜ ସାଂସଦ ଚିକିତ୍ସା ପାଇଁ ମେ ୧୨ ରେ କୋଲକାତାରେ ପହଞ୍ଚିଥିବା ଜଣାଯାଇଛି। ଛଅ ଦିନ ପରେ ତାଙ୍କୁ ଖୋଜିବା କାର‌୍ୟ୍ୟ ଆରମ୍ଭ ହୋଇଥିଲା ଯେତେବେଳେ ଉତ୍ତର କୋଲକାତାର ବାରାନଗରର ବାସିନ୍ଦା ତଥା ବାଂଲାଦେଶୀ ରାଜନେତାଙ୍କ ପରିଚିତ ଗୋପାଳ ବିଶ୍ୱ ମେ ୧୮ ରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏଠାକୁ ଆସିବା ପରେ ଅନାର ବିଶ୍ୱଙ୍କ ଘରେ ରହିଥିଲେ। ତାଙ୍କ ଅଭିଯୋଗରେ ବିଶ୍ୱ କହିଛନ୍ତି ଯେ ଅନାର ତାଙ୍କ ବାରନଗର ବାସଭବନରୁ ମେ ୧୩ ତାରିଖ ଅପରାହ୍ନରେ ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ। ସେ ରାତ୍ରୀ ଭୋଜନ ପାଇଁ ଘରକୁ ଫେରିବେ ବୋଲି କହିଥିଲେ । ବିଶ୍ୱ ଦାବି କରିଛନ୍ତି ଯେ ବାଂଲାଦେଶ ସାଂସଦଙ୍କୁ ମେ ୧୭ ତାରିଖରୁ ଯୋଗାଯୋଗ କରାଯାଇ ନାହିଁ। ଏହି କାରଣରୁ ତାଙ୍କୁ ଗୋଟିଏ ଦିନ ପରେ ନିଖୋଜ ଅଭିଯୋଗ ଦାଖଲ କରିବାକୁ ପଡିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking