19.1 C
Bhubaneswar
Tuesday, December 24, 2024
Homeଓଡିଶାମାଡ଼ି ଆସୁଛି ଶୀତ ଲହରୀ

ମାଡ଼ି ଆସୁଛି ଶୀତ ଲହରୀ

ବ୍ୟୁରୋ : ଆଗାମୀ ସପ୍ତାହରେ ଉତ୍ତର ଭାରତରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ଯାଏଁ ଖସିବ । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ମାନେ । ଫାଉଣ୍ଡର ନବଦୀପ ଦହିୟା ଟ୍ଵିଟ କରି କହିଛନ୍ତି ୧୪ରୁ ୧୯ ଜାନୁଆରୀ ଭିତରେ ପ୍ରବଳ ଥଣ୍ଡା ପଡ଼ିବ । ୧୬ରୁ ୧୮ ଜାନୁଆରୀ ମଧ୍ୟରେ ଥଣ୍ଡା ପିକ୍‌ରେ ରହିବ । ଅର୍ଥାତ ତାପମାତ୍ରା ମାଇନସକୁ ଆସିଯିବ । ଜାନୁଆରୀ ୨୦୨୩ରେ ହେବ ସବୁଠୁ ଅଧିକ ଥଣ୍ଡା । ଏକବିଂଶ ଶତାଦ୍ଦୀର ସବୁଠୁ ଥଣ୍ଡା ଅନୁଭୂତ ହେବ । ଏଭଳି ଶୀତ ହେବ ଯାହାକି ପୂର୍ବରୁ କେବେ ହୋଇନଥିଲା ।

ଦିଲ୍ଲୀ ଓ ଏହାର ପଡୋଶୀ ରାଜ୍ୟ ମାନଙ୍କରେ ଶୀତର ଲହରୀ ଜାରି ରହିବ ବୋଲି ଆଇଏମଡି କହିଛି । ସେପଟେ ରାଜ୍‌୍ୟରେ ବଢିଛି ତାପମାତ୍ରା, କମିଛି ଶୀତ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟବାଷ୍ପ ପ୍ରବେଶ କରୁଛି । ଏଥିପାଇଁ ଆଜିଠାରୁ ରାଜ୍ୟରେ କୁହୁଡ଼ି ବଢ଼ିଛି । ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହୋଇଛି । ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ କମିଛି ଶୀତ । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking