ଭୁବନେଶ୍ୱର: ଭରତପୁର ଥାନା ତାରିଣୀ ବସ୍ତିରେ ସୁରେଖା ପଲେଇଙ୍କ ମୃତ୍ୟୁ ଘଟଣାକୁ ୨ ଦିନ ବିତିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଏପଯର୍ୟନ୍ତ ଧରିପାରି ନ ଥିବା ବେଳେ ବି ସେମାନଙ୍କ ପରିଚୟ ପାଇଛି । ସୁରେଖାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୩ ଜଣ ଏଥିରେ ସମ୍ପୃକ୍ତ ଥିବା ପୁଲିସ କହିଛି । ହେଲେ ତଦନ୍ତରେ ବାଧା ହେବାର ଆଶଙ୍କା ଥିବାରୁ ପୁଲିସ ସେମାନଙ୍କ ପରିଚୟ ଗଣମାଧ୍ୟମକୁ ଦେଇନାହିଁ । ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ଛାନଭିନ୍ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଏମ୍ସର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ରିପୋର୍ଟ ମିଳିନାହିଁ ।
ଏନେଇ ଜୋନ ଏସିପି ରଜତ ରାଏ କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି । ଖୁବଶ୍ରୀଘ୍ର ସେମାନଙ୍କୁ ଗିରଫ କରାଯାଇ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରାଯିବ । ଅନ୍ୟପକ୍ଷେ ଅଭିଯୁକ୍ତମାନେ ଭୋଜି ସାମଗ୍ରୀ କେଉଁଠୁ ଆଣିଥିଲେ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ସୁରେଖାଙ୍କ ପୁରୁଷ ବନ୍ଧୁ ଘର ନିକଟରେ ଭଡା ନେଇ ରହୁଥିଲେ । ଉକ୍ତଘରେ ସୁରେଖାଙ୍କୁ ହତ୍ୟା କରାଯିବା ପରେ ମୃତଦେହକୁ ତାଙ୍କ ରୁମ୍ରେ ଥୋଇ ଅଭିଯୁକ୍ତମାନେ ପଳାଇଯାଇଥିବା ପୁଲିସ କହିଛି । ତେବେ ଏମତି କଣ ଘଟିଲା ଯେ ସୁରେଖାଙ୍କୁ ସେମାନେ ହତ୍ୟା କରିଲେ ତାହା ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
ସୂଚନାଯୋଗ୍ୟ, ବ୍ରହ୍ମଗିରି ଚାପମାଣିକ ଗ୍ରାମର ସୁରେଖା ଭୁବନେଶ୍ୱରରେ ବିୟୁଟି ପାର୍ଲରରେ କାମ କରିବା ସହ ତାରିଣୀ ବସ୍ତିରେ ଭଡ଼ା ଘର ନେଇ ରହୁଥିଲେ । ମାଉସୀ ଝିଅ ମୌସୁମୀ ପ୍ରାୟ ସମୟରେ ତାଙ୍କ ସହ ରହୁଥିଲେ । ସୋମବାର ସକାଳେ ମୌସୁମୀ ସୁରେଖାଙ୍କୁ ବହୁଥର ଫୋନ୍ କରିଥିଲେ ବି ସେ ଉଠାଇ ନ ଥିଲେ । ତେଣୁ ସେ ଅପରାହ୍ନ ୨ଟାରେ ସୁରେଖା ରହୁଥିବା ଭଡ଼ାଘରକୁ ଆସିଥିଲେ । ଘର କବାଟ ଆଉଜା ହୋଇଥିଲା । ଘର ଭିତରେ ସୁରେଖା ମୃତ ଅବସ୍ଥାରେ ଖଟରେ ପଡ଼ିଥିବା ପଡୋଶୀ ଓ ପୁଲିସ ଜଣାଇଥିଲେ । ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହ ô ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ମାଆ କୁନ୍ତଳା ପଲେଇଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।