27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଧମକ ଦେଇ ଟଙ୍କା ଦାବି କରିଥିବା ଅଭିଯୋଗରେ ନବ ନିର୍ବାଚିତ ସାଂସଦଙ୍କ ନାମରେ ମାମଲା ରୁଜୁ

ଧମକ ଦେଇ ଟଙ୍କା ଦାବି କରିଥିବା ଅଭିଯୋଗରେ ନବ ନିର୍ବାଚିତ ସାଂସଦଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ଧମକ ଦେଇ ଟଙ୍କା ଦାବି କରିଥିବା ଅଭିଯୋଗରେ ବିହାରର ଜଣେ ନବ ନିର୍ବାଚିତ ସାଂସଦଙ୍କ ନାମରେ ଏକ ମାମଲା ରଜୁ ହୋଇଛି । ପୁଲିସ ଦେଇଥିବା ବିବୃତ୍ତି ଅନୁଯାୟୀ, ବିହାରର ପୂର୍ଣ୍ଣିୟା ଜିଲ୍ଲାର ପପୁ ଯାଦବ ନିଜ ନିର୍ବାଚନମଣ୍ଡଳୀରେ ଆସବାବପତ୍ର ବ୍ୟବସାୟ କରୁଥିବା ଅଭିଯୋଗକାରୀଙ୍କୁ ଜୁନ୍ ୪ ତାରିଖରେ ତାଙ୍କ ବାସଭବନକୁ ଡକାଇ ଭୋଟ୍ ଗଣନା ବେଳେ ତାଙ୍କୁ ୧ କୋଟି ଟଙ୍କା ମାଗିଥିଲେ। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ୨୦୨୧ ଏବଂ ୨୦୨୩ ରେ ମଧ୍ୟ ଏହି ସମାନ ଘଟଣା ଘଟିଥିଲା। ଯଦି ସେ ଟଙ୍କା ନଦିଅନ୍ତି ତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥି‌ଲେ ପପୁ। ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସାଂସଦଙ୍କୁ ତା‌ଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ବି ଦେଇଥିଲେ ବୋଲି ପୁଲିସର ବିବୃତିରେ କୁହାଯାଇଛି। ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ମୋଫୁସିଲ ପୁଲିସ ଷ୍ଟେସନରେ ସାଂସଦ ତଥା ତାଙ୍କର ଘନିଷ୍ଠ ସହଯୋଗୀ ଅମିତ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ଏବେ ତଦନ୍ତ ଚାଲିଛି।
ଏନେଇ ପପୁ ଯାଦବ କହିଛନ୍ତି, ମୋର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ କିଛି ଲୋକ ଏପରି ହୀନ ଚକ୍ରାନ୍ତ କରୁଛନ୍ତି। ସତ ସମସ୍ତଙ୍କ ସାମନାକୁ ଆଣିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ । ଏହାପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ଫାଶୀ ଦେଇ ଦିଅନ୍ତୁ। ପପୁ ଯାଦବ ପୂର୍ଣ୍ଣିୟାରୁ କଂଗ୍ରେସ ଟିକେଟରୁ ଲଢ଼ିବାକୁ ଚାହୁଁଥିଲେ। ମାତ୍ର ବିହାରରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ଥିବାରୁ ଏହି ଆସନ ଆରଜେଡି ଭାଗରେ ପଡ଼ିଥିଲା। ଫଳରେ ପପୁ ଯାଦବ ଏହି ଆସନରୁ ସ୍ୱାଧୀନ ଭାବେ ଲଢ଼ି ଜିତିଛନ୍ତି। ସେ ଦୁଇଥର ଜେଡି (ୟୁ) ସାଂସଦ ସନ୍ତୋଷ କୁସୱାହାଙ୍କଠାରୁ ୨୩,୮୪୭ ଭୋଟ ବ୍ୟବଧାନରେ ପୂର୍ଣ୍ଣିୟା ଆସନ ଜିତିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking