26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶରାଜସ୍ଥାନରେ ୨୬ ଆଙ୍ଗୁଳି ବିଶିଷ୍ଟ ଶିଶୁକନ୍ୟା ଜନ୍ମ

ରାଜସ୍ଥାନରେ ୨୬ ଆଙ୍ଗୁଳି ବିଶିଷ୍ଟ ଶିଶୁକନ୍ୟା ଜନ୍ମ

ଜୟପୁର : ରାଜସ୍ଥାନର ଭରତପୁର ଜିଲ୍ଲାରେ ୨୬ଟି ଆଙ୍ଗୁଳି ଥିବା ଏକ ଶିଶୁକନ୍ୟା ଜନ୍ମଗ୍ରହଣ କରିଥିବା ଜଣାପଡିଛି । ସାଧାରଣତଃ ଗୋଟିଏ ଶିଶୁର ଶରୀରରେ ମୋଟ ୨୦ଟି ଆଙ୍ଗୁଳି ରହିଥାଏ । ତେବେ ଏହି ଶିଶୁକନ୍ୟାର ଉଭୟ ହାତରେ ୭ଟି ଲେଖାଏଁ ଏବଂ ପାଦରେ ୬ଟି ଲେଖାଏଁ ଆଙ୍ଗୁଳି ରହିଛି ।

ଜେନେଟିକ୍ ସମସ୍ୟା ଯୋଗୁଁ ଏଭଳି ଶିଶୁ ଜନ୍ମ ନେଇଥିବା ଡାକ୍ତର କହିଛନ୍ତି । ତେବେ ନବଜାତ କନ୍ୟା ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ‘ମାତା ଧୋଲାଗଡ ଦେବୀ’ଙ୍କ ଅବତାର ବୋଲି ପରିବାରବର୍ଗ ବିଶ୍ୱାସ କରୁଛନ୍ତି । ଶିଶୁକନ୍ୟା ବେଶ ସୁସ୍ଥ ସବଳ ଥିବାବେଳେ ୨୬ଟି ଆଙ୍ଗୁଳିକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଡାକ୍ତର କହିଛନ୍ତି । ଶିଶୁକନ୍ୟାର ଜନ୍ମକୁ ନେଇ ପରିବାର ବେଶ ଖୁସି ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking