ନୂଆଦିଲ୍ଲୀ: ରାଜସ୍ଥାନର ହନୁମାନ ଗଡ ଜିଲ୍ଲାରେ ଦୁଷ୍କର୍ମର ଜଣେ ଅଭିଯୁକ୍ତ ଜାମିନରେ ଆସି ପିଡୀତାଙ୍କୁ ଜିଅନ୍ତା ଜାଳିବାକୁ ଚେଷ୍ଟା କରିଛି । ମହିଳାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳି ଯାଇଛି । ଗମ୍ଭୀର ଅବସ୍ଥାରେ ମହିଳାଙ୍କୁ ବିକାନେର ସ୍ଥାନାନ୍ତର କରାଯାଇଛି । ସେହି ମହିଳା ଜଣକ ବ୍ୟୁଟି ପାର୍ଲର କରିଥିଲେ ଏବଂ ଗତ କିଛି ଦିନ ଧରି ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ତେବେ ପୋଲିସ ଅଭିଯୁକ୍ତ ପ୍ରଦୀପ ବିଶ୍ରୋଇକୁ ଗିରଫ କରିଛି । ଏହାକୁ ବାଦ ଦେଲେ ପୋଲିସ ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଫୁଟେଜର ଯାଂଚ କରୁଛି । ମିଳିଥିବା ସିସିଟିଭି ଫୁଟେଜ ଅନୁସାରେ, ମହିଳାଙ୍କ ଘର ବାହାରେ ଘଟଣା ପରେ ଜଣେ ଯୁବକ ଧାନମଣ୍ଡୀକୁ ଦୌଡି ପଳାଉଥିବା ଦେଖିବାକୁ ମିଳିଥିଲା । ପୋଲିସକୁ ମିଳିଥିବା ସୂଚନା ଅନୁସାରେ, ପିଡୀତାଙ୍କ ନାନୀଙ୍କ ଘର ବାହାରେ ଏକ କ୍ୟାମେରା ଲାଗିଛି । ସେଥିରେ ବାଇକରେ ଥିବା ଜଣେ ଯୁବକ ଦେଖାଯାଉଛି । କହିରଖୁଛୁ ଯେ, ଦୁଇ ବର୍ଷ ପୂର୍ବରୁ ମହିଳା ପ୍ରଦୀପ ବିଶ୍ରୋଇଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର କରିଥିଲେ । ବର୍ତମାନ ସେ ଜାମିନରେ ଆସିଥିଲା ।
ଗୋଲୁବାଲା ଥାନା ଅଧିକାରୀ ଓମପ୍ରକାଶ ସୁଥାରଙ୍କ କହିବା କଥା, ମହିଳାଙ୍କ ନାନୀଙ୍କ ଅଭିଯୋଗ ଆଧାରରେ ରିପୋର୍ଟ କରାଯାଇଛି ଏବଂ ପୋଲିସ ପ୍ରତି କୋଣକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଚଲାଇଛି । ନାନୀ କହିଛନ୍ତି, ଆରୋପୀ କାନ୍ଥ ଚଢି ଘରେ ପ୍ରବେଶ କରିଥିଲା ଓ ଏହାପରେ ଫେରାର ହେବା ପାଇଁ ସେ ଗେଟ ଖୋଲି ଦେଇଥିଲେ । ତାଙ୍କ କହିବାନୁସାରେ, ମହିଳାଙ୍କ ଭାଇ ବାହାର ରୁମରେ ଶୋଇଥିଲେ ଓ ଆରୋପୀ ରୁମର ଗେଟ ଉପରେ ରଶି ବାନ୍ଧି ଦେଇଥିଲା, ଯାହାଦ୍ୱାରା ଗେଟ ଖୋଲିପାରିବନି । ଯେଉଁ ରୁମରେ ମହିଳା ଶୋଇଥିଲେ । ଯେଉଁ କୋଠରୀରେ ମହିଳା ଶୋଇଥିଲେ ସେହି କୋଠରୀରେ ବହୁ କିରୋସିନି ଛିଞ୍ଚି ବାହାରୁ ମହିଳାଙ୍କ ନାମ ଡାକିବା ଆରମ୍ଭ କଲା। ମହିଳା ବାହାରକୁ ଆସିବା ମାତ୍ରେ ସେ ଏକ ବାଡ଼ିରେ ଏକ କପଡା ଗୁଡ଼ାଇ କିରୋସିନି ତେଲ ସ୍ପ୍ରେ କରିଥିଲେ, ଯାହା ପରେ ପୀଡିତାଙ୍କ ଶରୀରର ୭୦ ପ୍ରତିଶତ ନିଆଁରେ ପୋଡି ଯାଇଥିଲା।