ଜାପାନ : ଜାପାନ ଭୂମିକମ୍ପର ୫ଦିନ ପରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଭୂମିକମ୍ପ ପରେ ଜାପାନ ପୋଲିସ ଓ ଉଦ୍ଧାରକାରୀ କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ଭୂମିକମ୍ପ ହେବାର ପାଞ୍ଚ ଦିନ ପରେ ଶନିବାର ଦିନ ଭୁଶୁଡ଼ି ପଡ଼ିଥିବା ଘରୁ ୯୦ ବର୍ଷ ବୟସ୍କା ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଇଶିକାୱା ଜିଲ୍ଲାର ସୁଜୁ ସହରରେ ସୋମବାର ଭୂକମ୍ପ ପରେ ମହିଳା ଜଣଙ୍କ ଦୁଇ ମହଲା ଘରର ଆବର୍ଜନା ତଳେ ଫସି ରହିଥିଲେ । ଏହି ଭୂକମ୍ପରେ ୧୨୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ବୃଦ୍ଧା ଜଣଙ୍କ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ସମୟରେ ଉଦ୍ଧାରକାରୀ ଦଳର ସୂଚନା ଅନୁଯାୟୀ ମହିଳା ଜଣକ ହାଇପୋଥର୍ମିଆରେ ପୀଡ଼ିତ ଥିବା ପରି ଦେଖାଯାଉଥିଲା । ହାଇପୋଥର୍ମିଆରେ ଶରୀର ତାପମାତ୍ରା ହ୍ରାସ ପାଇଥାଏ । ମହିଳାଙ୍କ ପରିଚୟ ହୋଇପାରିନଥିଲା କିନ୍ତୁ ସ୍ଥାନୀୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରିଥିଲେ ଅଧିକାରୀ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭୂମିକମ୍ପରେ ଆବର୍ଜନା ତଳେ ପୋତି ହୋଇଥିବା ଲୋକମାନେ ସାଧାରଣତ ୩ ତିନି ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି, ଯଦିଓ ତାପମାତ୍ରା, ଜଳ କିମ୍ବା ଖାଦ୍ୟ ଭଳି କାରଣ ଉପରେ ନିର୍ଭର କରି ଅଧିକ ସମୟ ବଞ୍ଚିବା ସମ୍ଭବ ଅଟେ ।