30.1 C
Bhubaneswar
Saturday, May 4, 2024
Homeଓଡିଶାମୁକୁଳା ଡ୍ରେନରେ ପଡ଼ି ୯ ବର୍ଷୀୟ ବାଳକ ମୃତ

ମୁକୁଳା ଡ୍ରେନରେ ପଡ଼ି ୯ ବର୍ଷୀୟ ବାଳକ ମୃତ

କଟକ: ଜୀବନ ନେଲା ମୁକୁଳା ଡ୍ରେନ। ଗୁଡି ଉଡାଇବାକୁ ଯାଇ ଚାଲିଗଲା ଜୀବନ। କାନ୍ଦ ବୋବଳିରେ ଫାଟିପଡିଛି ପୂରା ଅଞ୍ଚଳ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟମାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ପରିବାର ଓ ସମ୍ପର୍କୀୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking