27.1 C
Bhubaneswar
Sunday, September 22, 2024
Homeଅପରାଧ୭୨ ବର୍ଷ ବୟସ୍କା ମହିଳାଙ୍କୁ ହତ୍ୟା

୭୨ ବର୍ଷ ବୟସ୍କା ମହିଳାଙ୍କୁ ହତ୍ୟା

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘଟିଛି ଜଘନ୍ୟ କାଣ୍ଡ । ପାରଳାଖେମୁଣ୍ଡି କରଣ ସାହିରେ ଲୁଟ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା କରାଯାଇଥିବା ବ୍ୟକ୍ତି ହେଉଛନ୍ତି ୭୨ ବର୍ଷ ବୟସ୍କା ମହିଳା ସରୋଜିନି ପଟ୍ଟନାୟକ । ଘରେ ପଶି ଚୋରି କରିବାକୁ ଯାଇ ସରୋଜିନିଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ଘଟଣା ହେଉଛି ସରୋଜିନୀ ପଟ୍ଟନାୟକ ନିଜ ଘରେ ଏକା ରହୁଥିଲେ । ପ୍ରତେକ ଦିନ ଭୋର ୪ଟାରେ ଉଠି ପୂଜା ପାଠ କରନ୍ତି ଏବଂ ମନ୍ଦିର ମଧ୍ୟ ଯାଇଥାନ୍ତି । କିନ୍ତୁ ଆଜି ସ୍ଥାନୀୟ ଲୋକେ ତାଙ୍କୁ କେହି ନ ଦେଖିବାରୁ ସକାଳୁ ସନ୍ଦେହରେ ଘରର କବାଟ ବାଡେଇଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ସରୋଜିନୀ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିବା ବେଳେ ଘର ଖଟ ଉପରେ ସରୋଜିନିଙ୍କ ମୃତ ଦେହ ପଡିଥିଲା ଏବଂ ଘର ସାରା ଲଙ୍କାଗୁଣ୍ଡ ବିଞ୍ଚା ଯାଇଥିବାର ମଧ୍ୟ ଦେଖିବାକୁ ମାଇଲିଥିଲା । ଏହାପରେ ସାହି ଲୋକେ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ବେଳେ ଘର ସାରା ଲଙ୍କାଗୁଣ୍ଡ ପଡିଥିବାବେଳେ ସରୋଜିନିଙ୍କ ଶରୀର କ୍ଷତାକ୍ତ ପାଇଥିଲା ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking