ଲକ୍ଷ୍ନୌ: ୨୮ ବର୍ଷୀୟା ବିବାହିତା ମହିଳାଙ୍କୁ ୬୦ ବର୍ଷୀୟ ବୃଦ୍ଧ ପୋଲିସ ଷ୍ଟେସନରେ କଲେ ବିବାହ । ଗୋପିଗଞ୍ଜ କୋଟୱାଲୀ ଅଞ୍ଚଳର ବିହାରୋଜପୁରର ବୀରହା ଗାୟକ ସୁଦାଇ ରାମ ଯାଦବ (୬୦) ତାଙ୍କ ଅଧା ବୟସର ମଝଗୱାଂ ନିବିହାର ନିବାସୀ ବିବାହିତ ଆଶର୍ଫୀ ଦେବୀ (୨୮) ଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏନେଇ ବିବାହ କରିବା ସୁଯୋଗ ପାଇ ଉଭୟ ଫେରାର ହୋଇଯାଇଥିଲେ । ସୂଚନା ମୁତାବକ, ଆଶର୍ଫୀ ଦେବୀଙ୍କ ବିବାହ ୨୦୦୮ ମସିହାରେ କୃଷ୍ଣ ମୁରତ ଯାଦବଙ୍କ ସହିତ ହୋଇଥିଲା ।
କୃଷ୍ଣ ମୁରତ ତାମିଲନାଡୁରେ କାମ କରୁଥିବା ବେଳେ ତାଙ୍କର ୨ଟି ସନ୍ତାନ ମଧ୍ୟ ଥିଲେ । ହେଲେ ସ୍ତ୍ରୀଙ୍କ ଫେରାର ହେବା ପରେ ସ୍ୱାମୀ କୃଷ୍ଣ ମୁରତ କୋଇରୋନା ପୋଲିସ ଷ୍ଟେସନରେ ତାଙ୍କ ପତ୍ନୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଏନେଇ କୋଇରୁନା ପୋଲିସ ୬୦ ବର୍ଷୀୟା ପ୍ରେମିକ ସହିତ ଆଶର୍ଫୀଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇଥିଲା । ହେଲେ ପୋଲିସ ଷ୍ଟେସନରେ ଆଶର୍ଫୀ ଦେବୀ ରାମ ଯାଦବଙ୍କ ସହ ରହିବାକୁ ଜିଦ୍ ଧରିଥିଲେ । ଶେଷରେ ୨ଜଣ ଥାନାରେ ଥିବା ମନ୍ଦିରରେ ହିଁ ବିବାହ କରିଥିଲେ । ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।