31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୧୩ ବର୍ଷୀୟ ବାଳିକାକୁ ‘ହଟ୍‌’ କହି ଅଶିଷ୍ଟଭାବେ ସ୍ପର୍ଶ କରିଥିବା ୫୦ ବର୍ଷିୟ ବ୍ୟକ୍ତିଙ୍କୁ ୩...

୧୩ ବର୍ଷୀୟ ବାଳିକାକୁ ‘ହଟ୍‌’ କହି ଅଶିଷ୍ଟଭାବେ ସ୍ପର୍ଶ କରିଥିବା ୫୦ ବର୍ଷିୟ ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ମୁମ୍ବାଇ : ଜଣେ ନାବାଳିକାକୁ ‘ହଟ୍‌’ ବ‌ୋଲି କହିବା ସହିତ ତାକୁ ଅଭଦ୍ରୋଚିତ ଭାବେ ସ୍ପର୍ଶ କରିଥିବା ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହା ଯୌନଉତ୍ପୀଡ଼ନର ମ‌ନୋଭାବ ବୋଲି କହି ‘ସ୍ପେସାଲ୍‌ ପୋକ୍‌ସୋ’ ଅଦାଲତ ବିଚାରପତି ଏସ୍. ସି. ଯାଦବ ଅଭିଯୁକ୍ତଙ୍କୁ ଡିସେମ୍ବର ୧୪ ତାରିଖ ଦିନ ‘ଆଇପିସି’ ଧାରା ଓ ‘ପୋକ୍‌ସୋ’ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ସଂଗୃହୀତ ସୂଚନା ଅନୁସାରେ, ଘଟିଣାଟି ୨୦୧୬ ମେ ୨୪ରେ ଘଟିଥିଲା। ସେତେବେଳେ ସେ ଝିଅର ବୟସ ଥିଲା ୧୩ ବର୍ଷ। ଅଦାଲତ କହିଛନ୍ତି, ପୀଡ଼ିତାଙ୍କ ସାମଗ୍ରିକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ପ୍ରମାଣ କରୁଛି ଯେ, ୨୦୧୬ ମେ ୨୪ ତାରିଖ ଦିନ ପୀଡ଼ିତା ତା’ର ଜଣେ ବନ୍ଧୁଙ୍କ ସହିତ ଗୋଟାଏ ମସ୍‌ଜିଦ୍‌ ପାଖରେ ଠିଆ ହୋଇଥିବା ବ‌େଳେ ଅଭିଯୁକ୍ତ ତାଙ୍କ ଦେହର ଏକ ନିଷିଦ୍ଧ ସ୍ଥାନ‌କୁ ସ୍ପର୍ଶ କରିଥିଲେ। ତା’ଛଡ଼ା, ଖୁବ୍‌ ଉତ୍ତେଜକ (ଭେରି ହଟ୍‌) ଦିଶୁଛି ବୋଲି କହି ଅଭିଯୁକ୍ତ ଝିଅ ଗାଲରେ ଚୁମ୍ବନ ଦେବାକୁ ଇଚ୍ଛା କରିବା ସହିତ ତାକୁ ସାଥିରେ ନେଇଯିବା ଭଳି ଆଚରଣ କରିଥିଲେ। ଝିଅଟିକୁ ଏଭଳି ଭାବେ ସ୍ପର୍ଶ କରିବା ଓ ଏମିତିକା ଟିପ୍ପଣୀ ଦେବା କାମୁକତା ଛଡ଼ା ଅନ୍ୟ କିଛି ନୁହେଁ। ଅର୍ଥାତ୍ ଅଭିଯୁକ୍ତ ଝିଅର ପିଛା କରିବା ସହିତ ତାକୁ ଯୌନଉତ୍ପୀଡ଼ନ ଦେଇଥିବା କଥା ଅଦାଲତ କହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking