ବୌଦ୍ଧ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ବର୍ଷର ଶିଶୁପୁତ୍ରର ମୃତ ଘଟିଥିବା ଜଣାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ। ସୂଚନା ଅନୁଯାୟୀ, ଗତକାଲି ଘରେ ଖେଳୁଥିବା ବେଳେ ପିଲାଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା ଏବଂ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।