24.1 C
Bhubaneswar
Sunday, November 29, 2026
Homeଖେଳ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ୨୦୨୬

୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ୨୦୨୬

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ହରାଇ ବିଜୟୀ ହେଲା ଓଡ଼ିଶା ସଚିବାଳୟ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ସଚିବାଳୟ ଦଳ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ହରାଇ ବିଜୟୀ ହୋଇଛି । ହାଇଟେକ କ୍ରିକେଟ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା ସଚିବାଳୟ ଟସ ଜିଣି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୬ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା । ଦଳ ପକ୍ଷରୁ ସୌଭାଗ୍ୟ କୁମାର ୪୩ ରନ୍‌ କରିଥିବାବେଳେ ଶୁଭ୍ରକାନ୍ତ ୨୭ ରନ୍‌ କରିଥିଲେ । ଓଡ଼ିଶା ସଚିବାଳୟ ଦଳ ଟସ୍‌ ଜିତି ପ୍ରଥମେ ବୋଲି ନେଇଥିବାବେଳେ ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ସାମଲ ୧୫ ରନ୍‌ ଦେଇ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

ପରେ ବ୍ୟାଟିଂ କରି ଓଡ଼ିଶା ସଚିବାଳୟ ୧୬.୪ ଓଭରରେ ୧୩୫ ରନ୍‌ର ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ବିନୋଦ ମଲ୍ଲିକ ୫୦ ରନ୍‌ କରିଥିବାବେଳେ ଆଲୋକ ମହାରଣା ୨୧ ରନ୍‌ କରିଥିଲେ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ନିୟାମତୁଲ୍ଲା ଶେଖ୍‌ ୨୩ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଥିଲେ । ଓଡ଼ିଶା ସଚିବାଳୟର ସୌମ୍ୟ ରଞ୍ଜନ ସାମଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ । ରାଜେଣ ପାତ୍ର ଏବଂ ରାଜେନ୍ଦ୍ର ନାୟକ ଓମ୍ପାୟର୍‌ ଭାବେ ଏବଂ ଶିବାଶିଷ ବେହେରା ସ୍କୋରର୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ହେବାକୁ ଥିବା ଅନ୍ୟତମ ମ୍ୟାଚରେ ଓଡିଶା ସର୍ଭିସେସ ୱାକ ଓଭରରେ ଡିସିବି ବ୍ୟାଙ୍କଠାରୁ ବିଜୟୀ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking