24.1 C
Bhubaneswar
Sunday, November 29, 2026
Homeଓଡିଶାଓଡ଼ିଶାର ସ୍ୱାର୍ଥ ଓ ସମୃଦ୍ଧି ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ଡବଲ ଇଞ୍ଜିନ ସରକାର

ଓଡ଼ିଶାର ସ୍ୱାର୍ଥ ଓ ସମୃଦ୍ଧି ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ଡବଲ ଇଞ୍ଜିନ ସରକାର

ଏମ୍ଏମ୍ଡିଆର ବିଲ୍ ଜରିଆରେ ରାଜ୍ୟର ଅର୍ଥନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି: ବିଜେଡି
ଝାରଖଣ୍ଡ ସରକାର ବିଲ୍ ବିରୋଧରେ ରିଜୁ୍ୟଲୋସନ ପାସ୍ କରିଥିବା ବେଳେ ଓଡ଼ିଶା ସରକାର ଚୁପ୍
ବିଜେପି ଓଡ଼ିଶାର ସ୍ୱାର୍ଥକୁ ଛାଡି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସୁନାମକୁ ନଷ୍ଟ କରିବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି
ବିଜେପି ସରକାର କେବଳ ଆତ୍ମପ୍ରଚାର କରିବାରେ ବ୍ୟସ୍ତ

ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାବାସୀଙ୍କ ଅଧିକାର ବାରମ୍ବାର କ୍ଷୁର୍ଣ୍ଣ ହେବାରେ ଲାଗିଛି । ଡବଲ ଇଞ୍ଜିନ ସରକାର ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ରାଜ୍ୟର ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡ. ସଂତୃପ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡବଲ ଇଞ୍ଜିନ ସରକାରଙ୍କ ବିରୋଦ୍ଧରେ ବର୍ଷିଛନ୍ତି ।

ଡ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଓ ସମୃଦ୍ଧି ସୁରକ୍ଷା କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ବିଜେପି ସରକାର ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟଧାରା ଜାରି ରଖିଛନ୍ତି । ଯାହାକୁ ରାଜ୍ୟବାସୀ ହÿଦୟଙ୍ଗମ କରି ସାରିଲେଣି । ଏମଏମଡିଆର ବିଲ ଓଡିଶାର ହାନି କରୁଥିବା ବେଳେ ବିଜେପି ସରକାର ତାହାକୁ ସମର୍ଥନ କରିଲେ । ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦେଇଛନ୍ତି । ଉକ୍ତ ବିଲ୍ ଜରିଆରେ ଆଗାମୀ ୧୦୦ ବର୍ଷ ପାଇଁ କେନ୍ଦ୍ର ସରକାର ରାଜ୍ୟର କ୍ଷତି କରିଲେ । ତାହାକୁ ରାଜ୍ୟର ବିଜେପି ସରକାର ସମର୍ଥନ ଜଣାଇଲେ । ସଂସଦରେ ରାଜ୍ୟର ବିଜେପି ସାଂସଦ ମାନେ ଚୁପ ରହିଲେ । ରାଜ୍ୟର ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ବକେୟା ଟିକସ ଏବଂ ପ୍ରତି ବର୍ଷ ୧୨,୦୦୦ କୋଟି ଟଙ୍କାର ଖଣି ଟିକସ କ୍ଷତି ସହିବ । ଯାହାକି ଓଡ଼ିଶାର ଅନେକ ବଡ ଅର୍ଥନୈତିକ କ୍ଷତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅନେକ ଗୁଡିଏ ସାଧନ ଥିଲା । କିନ୍ତୁ ରାଜ୍ୟ ସରକାର ତାହାକୁ ନକରି ଚୁପ ବସି ରହିଲେ । ଉକ୍ତ ବିଲ୍ ଦ୍ୱାରା ରାଜ୍ୟର କ୍ଷତି ହେଉଥିବାରୁ ଦଳ ମତ ନିର୍ବିଶେଷରେ ସଂସଦରେ ସ୍ୱର ଉତ୍ତୋଳନ କରିବା ପାଇଁ ସମସ୍ତ ବିଜେପି ସାଂସଦ ମାନଙ୍କୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ମୁଁହ ଖୋଲିଲେ ନାହିଁ । ଖାଲି ସେତିକି ନୁହେଁ ଏନେଇ ବିଧାନସଭାରେ ଏକ ସ୍ୱତନ୍ତ୍ର ଆଲୋଚନା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ତାହା ମଧ୍ୟ କରିଲେ ନାହିଁ । ଝାରଖଣ୍ଡ ସରକାର ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଉକ୍ତ ବିଲକୁ ବିରୋଧ କରିଥିବା ବେଳେ ଓଡ଼ିଶା ସରକାର ବିଲ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ ନକରି ଜାଣିଶୁଣି ଚୁପ ରହିଲେ । ବିଜେପି ସାଂସଦ ମାନେ ନିଜ ଶପଥକୁ ଭୁଲି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିଲେ । ବକେୟା ରାଜସ୍ୱକୁ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ଗତ ୨୦୨୪ ମସିହାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ । କିନ୍ତୁ ରାଜ୍ୟର ବିଜେପି ସରକାର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହାକୁ ଆଦାୟ କରିଲେ ନାହିଁ । ଅନ୍ୟ ରାଜ୍ୟ ଆଦାୟ କରିଥିବା ବେଳେ ଓଡିଶା ସରକାରଙ୍କ ପାଇଁ ବକେୟା ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ ହୋଇ ପାରିଲା ନାହିଁ । ଝାରଖଣ୍ଡ ସରକାର ବିଲ୍ ବିରୋଧରେ ବିଧାନସଭାରେ ରିଜୁ୍ୟଲୋସନ ପାସ୍ କରିଥିବା ବେଳେ ଓଡ଼ିଶା ସରକାର ଚୁପ୍ ରହିଛନ୍ତି । ବର୍ତ୍ତମାନ ବି ରାଜ୍ୟର ସାମ୍ୱିଧାନିକ ଅଧିକାରକୁ ସୁରକ୍ଷା ନେଇ ଓଡ଼ିଶା ସରକାର ସଂସଦରେ ଉକ୍ତ ବିଲକୁ ବିରୋଧ କରୁ । ବିଜେପି ସରକାରଙ୍କ ପାଖରେ ଅନେକ ସୁଯୋଗ ଥିବା ସତ୍ତ୍ୱେ ରାଜ୍ୟର ସୁରକ୍ଷା ପାଇଁ କୌଣସି କାର୍ଯ୍ୟ କରିଲେ ନାହିଁ । ଯାହାକି ଓଡ଼ିଶାବାସୀଙ୍କୁ କୁଠାରଘାତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ କ୍ଷେତ୍ରରେ ଅଗ୍ରାଧିକାର ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଶାସନ କାଳରେ କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାରେ ମହିଳା ସଂରକ୍ଷଣ ପ୍ରଦାନ କରିଥିଲେ । ସଂସଦରେ ବି ମହିଳା ସଂରକ୍ଷଣ ବିଲକୁ ବିଜେଡି ସମର୍ଥନ ଜଣାଇଥିଲା । ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେଡି ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଛି । ପୁନଃ ସୀମା ନିର୍ଦ୍ଧାରଣ ବିଲକୁ ନେଇ ବିରୋଧୀ ଦଳ ନେତା ତଥା ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । ବିଜେଡି ସର୍ବଦା ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି । ସଂସଦରେ ମଧ୍ୟ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତିି ।

ଶ୍ରୀମତି ମଲ୍ଲିକ କହିଛନ୍ତି, ବିଜେପି ସରକାର ରାଜ୍ୟର ସ୍ୱାର୍ଥକୁ ଭୁଲି ଯାଇଛନ୍ତିି । ଅର୍ଣ୍ଣବ୍ ବାତ୍ୟାରେ ରାଜ୍ୟରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଥିଲା । ରାଜ୍ୟର ବଡ କ୍ଷତି ହୋଇଥିଲେ ସୁଦ୍ଧା ତାହାର ଭରଣା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତିି । ଖାଲି ଲୋକ ଦେଖାଣିଆ ପରିଦର୍ଶନ କରି ଆସୁଛନ୍ତିି । ବନ୍ୟା ପୂର୍ବରୁ ପାଣିପାଗ ବିଭାଗ ସତର୍କତା ପରେ ମଧ୍ୟ ତାହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଲେ ନାହିଁ । ଡ୍ୟାମ ଗୁଡିକରେ ସଠିକ ଭାବେ ଜଳ ପରିଚାଳନା ନକରିବାରୁ ମନୁଷ୍ୟକୃତ ବନ୍ୟା ବିଭୀଷିକା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ଖାମ ଖିଆଲି ନୀତି ଯୋଗୁଁ ଗଞ୍ଜାମ ଜିଲ୍ୱାର ବଡ କ୍ଷତି ହୋଇଛି । ଏନେଇ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଦାୟୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଫେଲ ମାରିଛି । ସେ ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ । କିନ୍ତୁ ତାହାକୁ ବିଜେପି ସରକାର ହÿଦୟଙ୍ଗମ କରି କାର୍ଯ୍ୟ କରିଲା ନାହିଁ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସୁନାମକୁ ନଷ୍ଟ କରିବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି । ଚାଷୀ ମାନଙ୍କ ଅନେକ କ୍ଷତି ହୋଇଛି । କିନ୍ତୁ ସରକାର ଘୋଷଣା କରିଥିବା କ୍ଷତି ପୂରଣ ମଧ୍ୟ ପ୍ରଦାନ କରିଲେ ନାହିଁ । ବିଜେପି ସରକାର କେବଳ ଆତ୍ମ ପ୍ରଚାର ଓ ଦଳୀୟ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିଛନ୍ତି । ବିଜେଡି ଏକ ଟିମ ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଲୋକଙ୍କ ଦୁଃଖକୁ ହୃଦୟଙ୍ଗମ୍ କରିଲେ ନାହିଁ କି କ୍ଷତି ପୂରଣ ପ୍ରଦାନ କରିଲେ ନାହିଁ । ଆସନ୍ତା ସପ୍ତାହକ ମଧ୍ୟରେ କ୍ଷତି ପୂରଣ ଓ କ୍ଷୟକ୍ଷତିର ମରାମତି କରିବା ବ୍ୟବସ୍ଥା ନକରିଲେ ବିଜେଡି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି ।

କ୍ୟାପଟେନ୍ ଶ୍ରୀ ମିଶ୍ର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । କଟକରେ ଜଣକର ହତ୍ୟା କରିବା ସହ ଅନ୍ୟ ମାନଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଲେ । ପୋଲିସ ଦେଖଣାହାରି ସାଜିଥିଲା । ରାଜ୍ୟର କ୍ରାଇମ ମାତ୍ରା ଅନେକ ବୃଦ୍ଧି ପାଇଛି । ରାଜ୍ୟରେ ପୂର୍ବରୁ ଏହିପରି ଘଟଣା ଦେଖିବାକୁ ମିଳୁନଥିଲା । ଗୋପାଳପୁର, ଧଉଳି, ବାଲି ହରଚଣ୍ଡୀ ଆଦିରେ ଗଣ ଦୁଷ୍କର୍ମ ସମେତ କେନ୍ଦୁଝରରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ପ୍ରମାଣିତ କରୁଛି । ଅପରାଧୀ ମାନେ ରାଜ୍ୟରେ ପୋଲିସ ପ୍ରସାଶନ ସ୍ଥାଣୁ ସାଜିଛି ବୋଲି ଜାଣି ସାରିଲେଣି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନକୁ ଅପରାଧୀ ମାନେ ଆଉ ଭୃକ୍ଷେପ କରୁନାହାନ୍ତି । ଯାହା ଫଳରେ ନିୟମିତ ଭାବେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପ୍ରତିଦିନ ୮ଟି ଦୁଷ୍କର୍ମ, ୨୦ଟି ଅସଦାଚରଣ, ୨୦ଟି ମହିଳାଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ଓ ୨୫ଟି ଯୌତୁକ ନିର୍ଯାତନା ଆଦି ମାମଲା ହେଉଛି । ରାଜ୍ୟ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଓଡ଼ିଶାକୁ ଭ୍ରମଣ କରିବାକୁ ଆସୁଥିବା ବିଦେଶୀ ମହିଳା ମାନଙ୍କୁ ତାଙ୍କ ସରକାର ସଚେତନ କରୁଛନ୍ତି । ରାଜ୍ୟରେ ବାଳ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧିନରେ ଥିବା ଗୃହ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ହତ୍ୟା, ଦୁଷ୍କର୍ମ ହେଉଥିବା ବେଳେ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଛନ୍ତି । ବିଜେଡି ସରକାର ସମୟରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ଏମିତି ନଥିଲା । ବର୍ତ୍ତମାନ ବିଧାନସଭା ଜାରି ଥିବା ବେଳେ ଅପରାଧ ରୋକିବା ପାଇଁ ରାଜ୍ୟ ସରକାରଙ୍କ କଣ ପଦକ୍ଷେପ ଗ୍ରହଣ କରିବେ । ସେନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜ ବିବୃତ୍ତି ଉପସ୍ଥାପନ କରନ୍ତୁ । ଅଢେଇ ବର୍ଷରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ରାଜ୍ୟରେ ଶୀର୍ଷ ସ୍ଥାନରେ ଥିବା ବେଳେ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଏଥି ସହିତ ସ୍ପଷ୍ଟୀକରଣ ମଧ୍ୟ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking