ରାଉରକେଲା: ରାଉରକେଲା ତ୍ରିଶକ୍ତି ଧାମଠାରେ ଜାଗୃତି ଶାଖା ପକ୍ଷରୁ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ତିନିଦିନିଆ ନିଃଶୁଳ୍କ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ କୃତ୍ରିମ ହାତ, ଗୋଡ଼ ଓ ଅନ୍ୟାନ୍ୟ ସହାୟକ ଅଙ୍ଗ ବଣ୍ଟନ କରାଯିବ।ଏହି ମହତ୍ତ୍ୱପୂର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଭା ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ, ଦିବ୍ୟାଙ୍ଗମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ଅନେକ ଅସହାୟ ଓ ଆବଶ୍ୟକତା ଥିବା ବ୍ୟକ୍ତି ଉପକୃତ ହେବେ।ସେବା ଓ ସହଯୋଗର ଏହି ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି।










