23.1 C
Bhubaneswar
Friday, November 27, 2026
Homeଓଡିଶାପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୩ ଲକ୍ଷରୁ...

ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୩ ଲକ୍ଷରୁ ଅଧିକ ରୁଫ୍‌ଟପ୍ ସୋଲାର ସ୍ଥାପନ କରି ଓଡ଼ିଶା ହାସଲ କଲା ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୩,୦୧,୭୨୦ଟି ଆବାସିକ ରୁଫ୍‌ଟପ୍ ସୋଲାର (ଛାତ ଉପରେ ସୌରଶକ୍ତି ପ୍ରକଳ୍ପ) ସ୍ଥାପନ କରି ଓଡ଼ିଶା ଏହାର ସ୍ୱଚ୍ଛ ଶକ୍ତି ଅଭିଯାନରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟ ସରକାର ୨୦୨୭ ମସିହା ପାଇଁ ରଖିଥିବା ଧାର୍ଯ୍ୟ ଲକ୍ଷ୍ୟକୁ ବହୁ ପୂର୍ବରୁ ଅତିକ୍ରମ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଏବଂ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ଯୋଗୁଁ ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ମଧ୍ୟରେ ଏହି ସଫଳତା ସମ୍ଭବ ହୋଇପାରିଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରତିବଦ୍ଧତା ଯୋଗୁଁ ପ୍ରତ୍ୟେକ ପରିବାର ପାଇଁ ନବୀକରଣଯୋଗ୍ୟ ଶକ୍ତି ଏବେ ସୁଲଭ ଓ ସହଜଲଭ୍ୟ ହୋଇପାରିଛି। କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ରାଜ୍ୟ ସରକାରଙ୍କ ଅତିରିକ୍ତ ସବ୍‌ସିଡି ଯୋଗାଇ ଦିଆଯିବା ଫଳରେ ସାଧାରଣ ପରିବାରଗୁଡ଼ିକ ପାଇଁ ସୋଲାର ସ୍ଥାପନର ପ୍ରାରମ୍ଭିକ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାର୍ଗଦର୍ଶନରେ ରାଜ୍ୟବ୍ୟାପୀ ବିଭିନ୍ନ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ, ସ୍ଥାନୀୟ ସୋଲାର ଶିବିର ଏବଂ ‘ସୋଲାର ରଥ’ ଭଳି ଭ୍ରାମ୍ୟମାଣ ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କ ଦ୍ୱାରଦେଶରେ ସବ୍‌ସିଡି, ନେଟ୍ ମିଟରିଂ ଏବଂ ଅନଲାଇନ୍ ପଞ୍ଜିକରଣ ସମ୍ବନ୍ଧୀୟ ବ୍ୟବହାରିକ ସୂଚନା ପହଞ୍ଚାଯାଇଛି, ଯାହା ତ୍ୱରିତ ସୋଲାର ସ୍ଥାପନରେ ସହାୟକ ହୋଇଛି।

ଏହି ସଫଳତା ଉପରେ ମତ ରଖି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୨୦୨୭ ଲକ୍ଷ୍ୟ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଓଡ଼ିଶା ୩ ଲକ୍ଷ ରୁଫ୍‌ଟପ୍ ସୋଲାର ସ୍ଥାପନର ମାଇଲଖୁଣ୍ଟ ଅତିକ୍ରମ କରିବା ରାଜ୍ୟର ସ୍ୱଚ୍ଛ ଓ ନିରନ୍ତର ଶକ୍ତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଅତିରିକ୍ତ ଆର୍ଥିକ ସହାୟତା, ବ୍ୟାପକ ସଚେତନତା ଅଭିଯାନ ଏବଂ ‘ସୋଲାର ରଥ’ ଭଳି ପଦକ୍ଷେପ ମାଧ୍ୟମରେ ରୁଫ୍‌ଟପ୍ ସୋଲାରର ଲାଭକୁ ସିଧାସଳଖ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ଆମେ ପରିବାରଗୁଡ଼ିକ ପାଇଁ ସ୍ୱଚ୍ଛ ଓ ସୁଲଭ ଶକ୍ତିକୁ ଅଧିକ ସହଜଲଭ୍ୟ କରିବା ସହିତ ଉପଭୋକ୍ତାମାନଙ୍କୁ ରାଜ୍ୟର ସବୁଜ ଶକ୍ତି ପରିବର୍ତ୍ତନରେ ସକ୍ରିୟ ଅଂଶୀଦାର ହେବାକୁ ସଶକ୍ତ କରୁଛୁ।”

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଓଡ଼ିଶାର ଚାରୋଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀ — ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ , ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭେଣ୍ଡର ସୁବିଧା ପ୍ରଦାନ, ବୈଷୟିକ ଅନୁମୋଦନ ଏବଂ ଉପଭୋକ୍ତାଙ୍କ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରି ଏହି ଚାରୋଟି ବିତରଣ କମ୍ପାନୀ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ୱଚ୍ଛ ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking