24.1 C
Bhubaneswar
Thursday, November 26, 2026
Homeଓଡିଶାବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ପ୍ରଶ୍ନ ରଖିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ଠାରୁ ଏ ଯାଏଁ ଆଠଗଡ ଉପଖଣ୍ଡ ଜଳସେଚନ ଡିଭିଜନ ଅଧୀନରେ କେଉଁ କେଉଁ କେନାଲ ସଂସ୍କାର, ମରାମତି, ନଦୀବନ୍ଧ ସୁରକ୍ଷା ନିମନ୍ତେ କେତେ ଟଙ୍କା ବ୍ୟୟ ବରାଦ ହୋଇଛି । ଏବଂ ଉକ୍ତ ପ୍ରକଲ୍ପଗୁଡିକ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହୋଇନଥିବା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସରକାରଙ୍କ ପାଖରେ ଜନସାଧାରଣ ଅଭିଯୋଗ କରିଛନ୍ତି କି, ଏହି କାର୍ଯ୍ୟଗୁଡିକର ମାନ ଯାଞ୍ଚ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ତଥା ଅଧିକାରୀ ଏବଂ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି । ବିଧାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି କହିଛନ୍ତି, ୨୦୨୪ରୁ ୨୫ ଏ ଯାଏଁ ଆଠଗଡ ଜଳସେଚନ ଉପଖଣ୍ଡ ଅଧୀନରେ ହୋଇଥିବା କେନାଲ ସଂସ୍କାର ମରାମତି ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ରାଶି ଏଠାରେ ଦିଆଗଲା । ଉକ୍ତ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ମାନଦଣ୍ଡ ଓ ବୈଷୟିକ ନିୟମାବଳୀ ଅନୁଯାୟୀ ସମ୍ପାଦନ କରାଯାଇନଥିବା କିମ୍ବା କାର୍ଯ୍ୟର ମାନ ନିମ୍ନମାନର ହୋଇଥିବା ସମ୍ବନ୍ଧରେ ଏ କୌଣସି ଅଭିଯୋଗ ହୋଇନାହିଁ । ଏ ସମ୍ପର୍କରେ ବିଭାଗୀୟ ତଦନ୍ତ କିମ୍ବା ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନର ବିବରଣୀ ଉପଲବ୍ଧ ନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking