27.1 C
Bhubaneswar
Wednesday, November 25, 2026
Homeଦେଶ ବିଦେଶଆଜି ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ

ଆଜି ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ । ୧୯୮୧ ମସିହାରୁ ମହିଳା ଅଧିକାର କର୍ମୀମାନେ ଏହି ଦିବସ ପାଳନ କରିଆସୁଛନ୍ତି । ମହିଳାଙ୍କ ବିରୋଧରେ ଘରୋଇ ହିଂସା, ଯୌନ ନିର୍ଯାତନା, ମାନବ ଚାଲାଣ, ବାଲ୍ୟ ବିବାହ ଓ ଅନ୍ୟାନ୍ୟ ଅତ୍ୟାଚାର ଅନ୍ତ ଘଟାଇବା ସହ ଏ ଦିଗରେ ସଚେତନତା ସୃଷ୍ଟି କରିବ । ଏହି ଦିବସର ଉଦ୍ଦେଶ୍ୟ । ମିଳିତ ଜାତିସଂଘର ତଥ୍ୟ ଅନୁସାରେ, ବିଶ୍ୱରେ ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ ନିଜ ଜୀବନକାଳରେ ଶାରୀରିକ କିମ୍ବା ଯୌନ ହିଂସାର ଶିକାର ହୋଇଥାନ୍ତି । ୨୦୨୪ରେ ପ୍ରାୟ ୫୦ ହଜାର ମହିଳା ଓ ବାଳିକା ନିଜ ଅସ୍ତରଙ୍ଗ ସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ । ଅର୍ଥାତ ପ୍ରତି ୧୦ ମିନିଟରେ ଜଣେ ମହିଳାଙ୍କ ଜୀବନ ଯାଉଛି । ଏହି ଦିବସ ଅବସରରେ ମହିଳାଙ୍କୁ ନ୍ୟାୟ ପ୍ରଦାନ, ଆଇନଗତ ସହାୟତା, ସୁରକ୍ଷିତ ଆଶ୍ରୟ ଓ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଏ । ନଭେମ୍ବର ୨୫ରୁ ଡିସେମ୍ବର ୧୦ ମାନବାଧିକାର ଦିବସ ପର୍ଯ୍ୟନ୍ତ ୧୬ ଦିନିଆ ସଚେତନତା ଅଭିଯାନ ମଧ୍ୟ ପାଳନ କରାଯାଏ । ହିଂସାମୁକ୍ତ ସମାଜ ଗଠନ ପାଇଁ ମହିଳାଙ୍କ ସୁରକ୍ଷା ସହ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଏକାନ୍ତ ଆବଶ୍ୟକ । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସର ବିଷୟ ବସ୍ତୁ ହେଉଛି, ନ୍ୟାୟ ସୁନିଶ୍ଚିତ କରନ୍ତୁ , ପୀଡିତାଙ୍କୁ ସୁରକ୍ଷା ଦିଅନ୍ତୁ, ଦଣ୍ଡ ମୁକ୍ତିର ଅନ୍ତ ଘଟାନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking