26.1 C
Bhubaneswar
Tuesday, November 24, 2026
Homeଓଡିଶାକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ନଭେମ୍ବର ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜିତ ହେବ। ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ପ୍ରତିଯୋଗିତାର ଆୟୋଜନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।

ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ
୬ ଟି ଦେଶ ଯଥା – ଭାରତ, ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କାର କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୨ ଟି ଇଭେଣ୍ଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୦୦ ମି, ୨୦୦ ମି, ୪୦୦ମି, ୮୦୦ ମି, ୧୫୦୦ ମି, ୫୦୦୦ ମି, ୧୦୦ ମି ହର୍ଡଲ୍ସ, ୪୦୦ ମି ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ସଟ୍‌ପୁଟ୍, ଡିସ୍‌କସ୍‌ ଥ୍ରୋ, ଜାଭେଲିନ୍‌ ଥ୍ରୋ, ୪x୧୦୦ ରିଲେ ଓ ୪x୪୦୦ ରିଲେ ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ୨୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ୪ ଜଣ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ଆସ୍ତିକ ପ୍ରଧାନ (୪୦୦ ମି ଦୌଡ଼ ପ୍ରତିଯୋଗିତା), ସବିତା ଟପ୍ପୋ (୧୦୦ମି ହର୍ଡଲ୍ସ ପ୍ରତିଯୋଗିତା), ଲକ୍ଷ୍ମୀପ୍ରିୟା କିଷାନ (୮୦୦ ମି ଦୌଡ଼ ପ୍ରତିଯୋଗିତା) ଏବଂ ମାରୀମୁକ୍ତା ସୋରେଙ୍ଗ (ଟ୍ରିପଲ ଜମ୍ପ ପ୍ରତିଯୋଗିତା) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।

କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି ଯେ, ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌ ଆୟୋଜିତ ହେଉଛି। ଉକ୍ତ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ୪ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ଓଡ଼ିଶା ବିଶ୍ୱ କ୍ରୀଡ଼ା ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।

ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ସହ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ କରିବା ପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କାର୍ଯ୍ୟ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବାକୁ ଯାଉଥିବା ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି, ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଉପ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଉଜ୍ଜ୍ୱଳ କହିଛନ୍ତି। ବିମ୍‌ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌କୁ ଦେଖିବା ନିମନ୍ତେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଦର୍ଶକମାନଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ରଖାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆର ଅଫିସିଏଟିଙ୍ଗ ସେକ୍ରେଟାରୀ ଶ୍ରୀ ଜି. ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking