ରାଉରକେଲା: ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ମଦମୁକ୍ତ କରିବା ସହ ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମଦମୁକ୍ତ କରିବା ଦାବିରେ ହିନ୍ଦ ମଜଦୂର ସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପଠାରେ ଆୟୋଜିତ ହୋଇଥିଲା।ହିନ୍ଦ ମଜଦୂର ସଭାର ରାଜ୍ୟ ଉପସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ, ରାଜ୍ୟ ଉପସଭାପତି ଦେବେନ୍ଦ୍ରନାଥ ଆଚାର୍ଯ୍ୟ, ବରିଷ୍ଠ ନାଗରିକ ପତିତପାବନ ରାୟ, ଆମ୍ ଆଦମୀ ପାର୍ଟିର ରଞ୍ଜନ ଲେଙ୍କାଙ୍କ ସମେତ ଗଗନ ବିହାରୀ ସାହୁ, ଚକ୍ରାନ୍ତ ଜେନା, ନିର୍ମଳ କୁମାର ଦାସ, ବିଦୁରେଖା ସାହୁ, ଖୁଣ୍ଟଗାଁର ପୂର୍ବତନ ସରପଞ୍ଚ ଜିତିନ ତିର୍କୀ, ତନୟ ରଥ ଓ ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।










