24.1 C
Bhubaneswar
Sunday, November 22, 2026
Homeଅପରାଧମଙ୍ଗଳସୂତ୍ର ବନ୍ଧା ପକାଇ ସ୍ୱାମୀକୁ ହତ୍ୟା ପାଇଁ ଟଙ୍କା ଆଣିଥିଲା ସ୍ତ୍ରୀ

ମଙ୍ଗଳସୂତ୍ର ବନ୍ଧା ପକାଇ ସ୍ୱାମୀକୁ ହତ୍ୟା ପାଇଁ ଟଙ୍କା ଆଣିଥିଲା ସ୍ତ୍ରୀ

ଭୁବନେଶ୍ୱର : ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାଶ କଲେ ଏସପି। ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୁଲିସ। ପତ୍ନୀଙ୍କ ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ କରିଥିଲା ଯୋଜନା। ସ୍ୱାମୀକୁ ହତ୍ୟା ପାଇଁ ମଙ୍ଗଳସୂତ୍ର ବନ୍ଧା ପକାଇ ବନ୍ଧୁକ କିଣିଥିଲେ ପତ୍ନୀ। ଜଣେ ବଣିଆ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ। ବନ୍ଧକ ଟଙ୍କାରେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ବନ୍ଧୁକ ଓ ଗୁଳି କିଣିଥିଲେ। ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କୁ ଲଗାଇ ସ୍ୱାମୀକୁ ରାସ୍ତାରୁ ହଟାଇଥିଲେ। ଗତ ୧୭ ତାରିଖରେ ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା। ସାଲେପାଲି-ଅଇଁଲାସାରି ରାସ୍ତା ପାଙ୍କେଲ ଗାଁ ନିକଟରେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ। ବାଇକରେ ଯାଉଥିବା ବେଳେ ବ୍ରାହ୍ମଣୀପାଲି ଗାଁର ଯୁବକଙ୍କୁ ୪ ରାଉଣ୍ଡ ଗୁଳି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking