24.1 C
Bhubaneswar
Sunday, November 22, 2026
Homeଓଡିଶା୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକ ଅନୁଷ୍ଠିତ

୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ (DC-cum-ACS) ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏବଂ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ସାବୁଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବ୍ରିକ୍-ଆଣ୍ଡ୍-ମୋର୍ଟାର (Brick-and-Mortar) ଶାଖା ଖୋଲି ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ ସମସ୍ତ ବ୍ୟାଙ୍କଗୁଡ଼ିକୁ ଆହ୍ଵାନ କରିଛନ୍ତି। MSME, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଉଚିତ ସମୟରେ ପର୍ଯ୍ୟାପ୍ତ ଋଣ ସହାୟତା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କହିବା ସହିତ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାର କ୍ରେଡିଟ୍-ଡିପୋଜିଟ୍ (CD) ଅନୁପାତ ବୃଦ୍ଧି କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି, ଯାହା ପରବର୍ତ୍ତୀ ସମୟରେ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ସୁନିଶ୍ଚିତ କରିବ।

ଓଡ଼ିଶାର ବର୍ତ୍ତମାନର CD ଅନୁପାତ ୭୩.୯୫% ରହିଛି, ଯାହା ଅନ୍ୟ କେତେକ ରାଜ୍ୟ ତୁଳନାରେ କମ୍ ରହିଛି। ଦୁର୍ବଳ ଏବଂ ଅବହେଳିତ ବର୍ଗ, ବିଶେଷ କରି ମହିଳା, ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ବିଶେଷ ଆର୍ଥିକ ସହାୟତାକୁ ପ୍ରାଥମିକତା ଦେବା ପାଇଁ ଶ୍ରୀ ସିଂହ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ଵାରା ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଏବଂ ସମଗ୍ର ରାଜ୍ୟରେ ସମାନ ଧାରାରେ ବିକାଶ ସୁନିଶ୍ଚିତ ହୋଇ ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ବ୍ରିକ୍-ଆଣ୍ଡ୍-ମୋର୍ଟାର (Brick-and-Mortar) ଶାଖା ଖୋଲି ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି କରିବାର ଆବଶ୍ୟକତା ଏବଂ ଦେଶବ୍ୟାପୀ ଚାଲିଥିବା ଆର୍ଥିକ ଅନ୍ତର୍ଭୁକ୍ତୀକରଣ (FI) ପରିପୂର୍ଣ୍ଣତା ଅଭିଯାନ ଅଧୀନରେ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ୟୁକୋ ବ୍ୟାଙ୍କ (UCO Bank)ର ଏମ୍‌ଡି ଓ ସିଇଓ (MD & CEO) ତଥା ଏସ୍ଏଲ୍‌ବିସି (SLBC), ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାବୁ ତୃଣମୂଳ ସ୍ତରରେ ସେବା ପ୍ରସାରକୁ ସୁଦୃଢ଼ କରିବା, ଗ୍ରାହକମାନଙ୍କ ଅଭିଯୋଗର ସକ୍ରିୟ ସମାଧାନ କରିବା ଏବଂ ସମଗ୍ର ଓଡ଼ିଶାରେ ବ୍ୟାଙ୍କିଙ୍ଗ ସେବା ଓ ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରୟାସକୁ ତୀବ୍ର କରିବାକୁ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଆର୍‌ବିଆଇ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସିବି ମାଥ୍ୟୁସ୍ MSME କ୍ଷେତ୍ରରେ ହୋଇଥିବା ସଫଳତାକୁ ପ୍ରଶଂସା କରିଛନ୍ତି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ, ଏମ୍.ଏସ୍.ଏମ୍.ଇ. (MSME) ବିଭାଗର କମିଶନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ, ନାବାର୍ଡ (NABARD) ର ସି.ଜି.ଏମ୍. (CGM), ୟୁକୋ ବ୍ୟାଙ୍କ (UCO Bank) ର ମହାପ୍ରବନ୍ଧକ ତଥା ଏସ୍.ଏଲ୍.ବି.ସି. (SLBC) ଓଡ଼ିଶାର ଆବାହକ, ରାଜ୍ୟ ଓ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI), ନାବାର୍ଡ (NABARD) ର ବରିଷ୍ଠ ଅଧିକାରୀଗଣ ଏବଂ ସମସ୍ତ ବ୍ୟାଙ୍କର ଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking