24.1 C
Bhubaneswar
Sunday, November 22, 2026
Homeଦେଶ ବିଦେଶମୁଁ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ ନକରି ରହିପାରିବି ନାହିଁ: ମୋଦୀ

ମୁଁ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ ନକରି ରହିପାରିବି ନାହିଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଆଇଆଇଟି ଖଡଗପୁରର ପ୍ଲାଟିନମ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ୭୫ ବର୍ଷ ପୂରଣ ଅବସରରେ ମେତାଜୀ ଅଡିଟୋରିୟମରେ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରମାନଙ୍କୁ ସମ୍ବୋଧୀତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୭୫ ବର୍ଷ ମଧ୍ୟରେ ଦେଶର ପରିବର୍ତ୍ତନରେ ଆଇଆଇଟି ଖଡଗପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ମାଟି, ଯାହା ପୂର୍ବରୁ ସ୍ୱାୟତ୍ତ ଶାସନ ପାଇଁ ଆକାଂକ୍ଷା ରଖିଥିଲା , ଏବେ ସ୍ୱୟଂତ୍ତତା ପାଇଁ ଏକ ସଂକଳ୍ପକୁ ପ୍ରତିଫଳିତ କରୁଛି । ଯେଉଁଠାରେ ସ୍ୱାଧୀନତାର ସ୍ୱପ୍ନ ଥିଲା , ଏବେ ଭବିଷ୍ୟତକୁ ଗଢିବାର ସୁଯୋଗ ଆସିଛି । ଏହି ଯାତ୍ରା- ଆକାଂକ୍ଷାରୁ ସ୍ୱାୟତ୍ତତା ପର୍ଯ୍ୟନ୍ତ ଏକ ବିକଶିତ ଭାରତ ସୃଷ୍ଟି ପଛରେ ପ୍ରକୃତ ପ୍ରେରଣାଦାୟକ । କିପରି ଦେଶର ମହାକାଶ ଏବଂ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ପ୍ରତିଷ୍ଠାନର ଅବଦାନ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଅର୍ଥନୀତିରେ ନୂତନ ସୁଯୋଗ ସୃଷ୍ଟି ହେବା ସହିତ, ଏହାଠାରୁ ସ୍ନାତକ ହାସଲ କରିଥିବା ଯୁବପିଢି ଦେଶର ସଫ୍ଟୱେର ଶିଳ୍ପକୁ ମଜଭୁତ କରିଥିଲେ । ଆହୁରି କହିଥିଲେ, ପ୍ରତିଷ୍ଠାନର ପୂର୍ବତନ ଛାତ୍ର ଏବଂ ଛାତ୍ରୀମାନେ ଏକ ବିକଶିତ ଭାରତ ପାଇଁ ଦେଶର ଆକାଂକ୍ଷା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆମର ପ୍ରକୃତ ସମ୍ଭାବନା ଆମେ ଚ୍ୟାଲେଞ୍ଜଗୁଡିକୁ ଚ୍ୟାଲେଞ୍ଜ କରିବାରେ ଦେଖାଉଥିବା ସାହସ ଦ୍ୱାରା ପରିଭାଷିତ ହୁଏ । ଲୋକମାନେ ପ୍ରାୟତଃ ମୋତେ ଚ୍ୟାଲେଞ୍ଜ ବିଷୟରେ ପଚାରନ୍ତି । ମୁଁ ସେମାନଙ୍କୁ କୁହେ ଏହା ମୋର ସ୍ୱଭାବରେ ଅଛି । ମୁଁ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ ନକରି ରହିପାରିବି ନାହିଁ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ରାଜ୍ୟପାଳ ଆରଏନ ରବି ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର ମଧ୍ୟ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking