ଭୁବନେଶ୍ଵର: ୧.୨୩ କୋଟି ଟଙ୍କା ହଡ଼ପ କରି ବନ୍ଧା ହେଲେ ବରିଷ୍ଠ ସହାୟକ । ସାତକୋଶିଆ DFO ଅଫିସର ବରିଷ୍ଠ ସହାୟକ ଅଜୟ ନାୟକ ଗିରଫ । ଗତକାଲି ରାତିରେ ଅନୁଗୁଳରୁ ଅଜୟ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ହଡ଼ପ କରି ଅକ୍ଟୋବର ମାସରୁ ଫେରାର୍ ଥିଲେ ।
ସୂଚନାନୁଯାୟୀ, ସାତକୋଶିଆ DFO ଅଫିସର ବରିଷ୍ଠ ସହାୟକ ଅଜୟ ନାୟକ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଥିଲେ । ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଜାଲ୍ ଦସ୍ତାବିଜ ଜରିଆରେ ଠକେଇ କରିଥିଲେ । ୨୦୧୯ ଜାନୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ୧.୨୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହଡ଼ପ କରିଥିଲେ । ସରକାରୀ ଅର୍ଥ ହଡ଼ପ କରି ଅକ୍ଟୋବର ମାସରୁ ଫେରାର୍ ଥିଲେ । ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ନଜର ରଖିଥିଲା । ଗତକାଲି ରାତିରେ ଅନୁଗୁଳରୁ ଅଜୟ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।










