23.1 C
Bhubaneswar
Friday, November 20, 2026
Homeଓଡିଶାଅଜଣା ଟ୍ରକ ଧକ୍କାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କ ଜୀବନ

ଅଜଣା ଟ୍ରକ ଧକ୍କାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କ ଜୀବନ

ବିନିକା: ଅଜଣା ଟ୍ରକ ଧକ୍କାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କର ଜୀବନ | ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୦.୧୫ ମିନିଟ ସମୟରେ ଗାୟତ୍ରୀ ପୂଜାହାରୀ (୫୦) ବିନିକା ବ୍ଳକ୍ ଘୋଡାଧାର ଗ୍ରାମବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ସମୟରେ ବିଦ୍ୟାଳୟ ପାଖରେ ବିନିକା ପଟରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଛି |ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଅଙ୍ଗନୱାଡି କର୍ମୀ ଗାୟତ୍ରୀ ପୂଜାହାରୀ (୫୦)ଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସରେ ସୋନପୁର ହସ୍ପିଟାଲ କୁ ପଠାଇଥିଲେ ସେଠାରେ ଡ଼ାକ୍ତର ଗାୟତ୍ରୀ ଙ୍କୁ ମୃତ ଘୋଷଣା କହିଥିଲେ । ପରେ ବିନିକା ଥାନା ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଦେଶରେ ମହାଦେବ ପାଲି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking