24.1 C
Bhubaneswar
Sunday, November 22, 2026
Homeଓଡିଶାବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବଡ଼ ପ୍ରସ୍ତୁତି: ୨୧୬ ଟିମ ମୁତୟନ

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବଡ଼ ପ୍ରସ୍ତୁତି: ୨୧୬ ଟିମ ମୁତୟନ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବଡ ପ୍ରସ୍ତୁତି । ଅଗ୍ନିଶମ ବିଭାଗର ୩୮୮ ଟିମ ରଖିଛି ସଜାଗ । ଭୂସ୍ଖଳନ ଏବେ ଓଡିଶା ପାଇଁ ଏକ ବଡ ଚ୍ୟାଲେଞ୍ଚ । ପୂର୍ବ ବାତ୍ୟା ସମୟରେ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଜୀବନ ଯାଇଥିବା ଘଟଣାକୁ ନଜରରେ ରଖି ଏଥର ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଓଡିଶା ଅଗ୍ନିଶମ ବିଭାଗ । ଘୂର୍ଣ୍ଣିଝଡ ଆକଭାନର ସମ୍ଭାବ୍ୟ ପ୍ରଭାବ ଓ ଉଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ୩୮୮ଟି ପ୍ରସ୍ତୁତ ରଖାଯାଇଛି । ସେଥିମଧ୍ୟରୁ ୨୧୬ ଟିମ ମୁତୟନ ହୋଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୮୧ଟି ରବର ବୋଟ, ୨୩୩ଟି ଆସ୍କା ଲାଇଟ, ୧୦୨ ଟି ଡିୱାଟରିଂ ପମ୍ପ ଏବଂ ୬୪୦ ଟି ପାୱାର ଚେନସ ରଖାଯାଇଛି । ରାସ୍ତାରେ ଗଛ ପଡିଲେ ତୁରନ୍ତ ହଟାଇବା, ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ଏବଂ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଟିମ ଗୁଡିକ ପ୍ରସ୍ତୁତ ଅଛନ୍ତି । ବିଶେଷକରି ପୁରୀ, ଗଞ୍ଜାମ , ଜଗତସିଂହପୁର, କେନ୍ଦ୍ରାପଡା, ଗଜପତି , କନ୍ଧମାଳ, କୋରାପୁଟ , ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି , ରାୟଗଡା, ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସରେ ରଖାଯାଇଛି । ପାହାଡ ତଳେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ପୁରୀ ସମୁଦ୍ରକୂଳରେ ମଧ୍ୟ ସତର୍କତା ବଢ଼ାଯାଇଛି । ସମୁଦ୍ରର ଅଶାନ୍ତ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲାଇଫ୍‌ଗାର୍ଡଙ୍କ ପକ୍ଷରୁ ଲାଲ୍ ପତାକା ଲଗାଯାଇଛି । ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ସମୁଦ୍ର ଭିତରକୁ ନଯିବା ଏବଂ ସ୍ନାନ ନକରିବାକୁ କଡ଼ା ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking