ଭୁବନେଶ୍ୱର: ଯାହା ଆକଳନ କରାଯାଉଥିଲା ତାହା ହିଁ ହେଲା। ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ପ୍ରଶ୍ନକାଳ । ବିଜେଡି ସଦସ୍ୟମାନେ ବନ୍ୟା ମୁକାବିଲାରେ ସରକାର ଫେଲ ପ୍ରସଙ୍ଗ ଏବଂ କଂଗ୍ରେସ କୋଟିଆ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଘେରିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଗୃହ ଠିକ ଭାବେ ଚାଲିପାରିନଥିଲା। ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଚଳିତ ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ସୂଚନା ଥାଉକି, ଗତକାଲି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା । ବାଚସ୍ପତି ମୁଲତବୀ କରିଥିଲେ ।










